ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ୫ ଆହତ

youtube

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରତାପଗଢ, କୁଶୀନଗର ଏବଂ ଆଗ୍ରାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ ଜଣେ ମହିଳା ଥାନା ଅଧିକାରୀ, ଦୁଇ ଭାଇ, ଦାଦ-ପୁତୁରା ଏବଂ ଜଣେ ପୋଲିସ କର୍ମୀ ରହିଛନ୍ତି । ଦୁର୍ଘଟଣା ଦ୍ରୁତ ଗତି, ଓଭରଲୋଡ ଗାଡି ଏବଂ ଅସାବଧାନତା ଯୋଗୁଁ ହୋଇଛି ।

ପ୍ରତାପଗଢରେ ଏକ ଅଜଣା ବାଇକ୍ ପୋଲିସ ଅଧିକାରୀଙ୍କ ବାଇକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ଖବର ମୁତାବକ, ମହାନନ୍ଦୀ ତିୱାରୀ ମହିଳା ଥାନାରେ କାର୍ଯ୍ୟରତ ଥିଲେ । କୌଣସି କେସ ଯୋଗୁଁ ସେ ଅନ୍ତୁ ଅଞ୍ଚଳକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ସରାୟ ବୀରଭଦ୍ର ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ଆଉ ଏକ ଦୁର୍ଘଟଣାରେ ବାଇକରେ ଯାଉଥିବା ଦୁଇ ଭାଇଙ୍କୁ କାର୍ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଏମ୍ସ ରାଏବରେଲୀକୁ ରେଫର କରାଯାଇଥିଲା । ହେଲେ ଚିକିତ୍ସା ଅଧିନରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।

କୁଶୀନଗର ସଲମେଗଡ ଟୋଲ ପ୍ଲାଜା ନିକଟରେ ଏକ ଓଭରଲୋଡ ବସ୍ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଦାଦା ପୁତୁରାଙ୍କ ଜୀବନ ଚାଲିଯାଇଥିଲା । ଆଗ୍ରାରେ ଏକ ଦ୍ରୁତଗାମୀ କାର ପୋଲିସ ଗାଡିକୁ ଧକ୍କା ଦେବାରୁ ଜଣେ ହେଡ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.