ଡିସେମ୍ବରରୁ ଉତ୍ତରାଖଣ୍ଡକୁ ଆସୁଥିବା ବାହାର ରାଜ୍ୟ ଗାଡ଼ିଠାରୁ ନିଆଯିବ ଗ୍ରୀନ ଟ୍ୟାକ୍ସ

youtube

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସରକାର ପର୍ଯ୍ୟାବରଣ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପରିବହନ ବିଭାଗ ଅଧିକାରୀଙ୍କ ଅନୁସାରେ, ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି ଟ୍ୟାକ୍ସର ଉଦ୍ଦେଶ୍ୟ ରାଜ୍ୟର ସ୍ବଚ୍ଛତା, ପରିବେଶ ସନ୍ତୁଳନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସୁନିଶ୍ଚିତ କରିବା ହେବ ।

ରାଜ୍ୟ ପରିବହନ ଅଧିକାରୀ ସନତ କୁମାର ସିଂ କହିଛନ୍ତି, ରାଜ୍ୟ ସୀମାରେ ଅଟୋମେଟିକ ନମ୍ବର ପ୍ଲେଟ୍ ରେକଗ୍ନିଶନ କ୍ୟାମେରା ଲଗାଯିବ । ଯାହା ବାହାରୁ ଆସୁଥିବା ଗାଡ଼ିକୁ ରେକର୍ଡ କରିବ । ପୂର୍ବରୁ ଏହି କ୍ୟାମେରା ୧୬ଟି ଲଗାଯାଇଥିଲା, ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୩୭ ହୋଇଛି ।

ପରିବହନ ଅଧିକାରୀ ଆହୁରି କହିଛନ୍ତି, ପରିବହନ ବିଭାଗ ଟ୍ୟାକ୍ସ ଆଦାୟ ପାଇଁ ଏକ ପ୍ରାଇଭେଟ କମ୍ପାନୀକୁ ରେଜିଷ୍ଟ୍ରେସନ କରିଛି । କ୍ୟାମେରା ଜରିଆରେ ମିଳୁଥିବା ଡାଟାକୁ ସପ୍ଟେଓେ୍ବର ମାଧ୍ୟମରେ ଏହି କମ୍ପାନୀକୁ ପଠାଯିବ । ତା’ପରେ ଗାଡ଼ି ଉତ୍ତରାଖଣ୍ଡ କି ନାହିଁ, କୌଣସି ସରକାରୀ କିମ୍ବା ବାଇକ୍ ଉପରେ ଟ୍ୟାକ୍ସ ଲାଗିବ ନାହିଁ । ଏହା ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଏନପିସିଆଇ ଡାଟାବେସକୁ ପଠାଯିବ । ଏହାପରେ ମାଲିକର ୱାଲେଟ ନମ୍ବର ଖୋଜାଯାଇ ନିର୍ଦ୍ଧାରିତ ରାଶି ଆପେ ଆପେ ଉତ୍ତରାଖଣ୍ଡ ପରିବହନ ବିଭାଗ ଆକାଉଣ୍ଟରେ ଜମା ହେବ ।

Leave A Reply

Your email address will not be published.