
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଗଭୀର ଅବପାତ ଆହୁରି ଦୃଢ ହେଉଛି । ଆଜି ସକାଳେ ଏହା ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ମାଡି ଆସୁଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସ୍ଥାନ ବିଶାଖାପାଟଣାରୁ ଏହା ୮୩୦କିଲୋମିଟର ପୂର୍ବରେ ରହିଛି । ବାତ୍ୟା ଦକ୍ଷିଣ ଭାରତର ଉପକୂଳ ମୁହାଁ ହୋଇଥିବା ବେଳେ ଗୁଜୁରାଟ ନିକଟରେ ଏହା ବାଙ୍କି ପାରେ । ତେଣୁ ଆଗାମି ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଜିଲାଗୁଡିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତାମିଲନାଡୁ ରାଜ୍ୟକୁ ରେଡ ଆଲର୍ଟ ଜାରି କରିଛି ଆଇଏମଡି । କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ମଧ୍ୟପ୍ରଦେଶଳ ଛତିଶଗଡ, ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଗତ ତିନି ଘଣ୍ଟାରେ ମନ୍ଥା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ୧୬ କିମି ବେଗରେ ଗତି କରିଛି ।