
ବିଶାଖାପାଟଣା : ବାତ୍ୟା ମୋନ୍ଥା ଯୋଗୁଁ ପ୍ରଭାବିତ ବିମାନ ସେବା । ବିଶାଖାପାଟନମ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଶାଖାପାଟନମ ବିମାନବନ୍ଦରର ନିର୍ଦ୍ଦେଶକ ଏନ. ପୁରୁଷୋତ୍ତମ କହିଛନ୍ତି, ୨୭ ଅକ୍ଟୋବରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଦୁଇଟି ବିମାନ ଉଡ଼ାଣ ରଦ୍ଦ ହୋଇଛି ।
ପ୍ରତିଦିନ ୩୦ ରୁ ୩୨ ବିମାନ ଉଡ଼ାଣ ହୋଇଥାଏ । ଏଥିରେ ଘେରାଇ ଏବଂ ଅର୍ନ୍ତଜାତୀୟ ବିମାନ ସେନା ଅର୍ନ୍ତଭୁକ୍ତ । ଆଜି ବି ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି । ଏଏଆଇ ଗାଇଡଲାଇନ ଅନୁସାରେ, ବାତ୍ୟା ମୋନ୍ଥା ଯୋଗୁଁ ବର୍ତ୍ତିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସେହିଭଳି ବିଜୟୱାଡା ବିମାନବନ୍ଦରରୁ ୧୬ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଜୟୱାଡା ବିମାନବନ୍ଦରର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ରେଡ୍ଡୀ କହିଛନ୍ତି, ବିଶାଖାପାଟଣା ପାଇଁ କେବଳ ଗୋଟିଏ ଉଡ଼ାଣ ବାତିଲ କରାଯାଇଛି । କିନ୍ତୁ ଆଜି ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନ୍ୟ ସ୍ଥାନକୁ ମଧ୍ୟ ୧୬ଟି ଉଡ଼ାଣ ବାତିଲ କରାଯାଇଛି । ତିରୁପତି ବିମାନବନ୍ଦରରୁ ୪ଟି ଉଡ଼ାଣ ବାତିଲ କରାଯାଇଛି ।
ବାତ୍ୟା ମୋନ୍ଥା ଯୋଗୁଁ ଦକ୍ଷିଣ ମଧ୍ୟ ରେଲଓେ୍ବ ଜୋନରେ ୨୭ ଅକ୍ଟୋବରରେ ୧୨୦ ଟ୍ରେନ ରଦ୍ଦ କରାଯାଇଛି । ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ସମୁଦ୍ର ତଟରେ ଲ୍ୟାଣ୍ଡଫଲ କରିବ ।