
ନୂଆଦିଲ୍ଲୀ: ଭାରତର ତିନି ସଶସ୍ତ୍ର ବାହିନୀ ୩୦ ଅକ୍ଟୋବରରୁ ପଶ୍ଚିମ ସୀମାରେ ତ୍ରିଶୂଳ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଭାରତୀୟ ସେନା ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ବାୟୁ ମିଶନକୁ ତ୍ରିଶୂଳ ଅଭ୍ୟାସ ପାଇଁ ନୋଟିସ୍ ଜାରି କରିଛି । ଭାରତର ଏହି ଯୁଦ୍ଧ ଅଭ୍ୟାସକୁ ନେଇ ପାକିସ୍ଥାନରେ ଭୟର ଆତଙ୍କ ସୃଷ୍ଟି ହୋଇଛି । ଏଥି ସହ ଅସୀମ ମୁନୀର ସେନାଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି ।
ସୂଚନାନୁଯାୟୀ, ଭାରତୀୟ ସେନାର ଯୁଦ୍ଧ ଅଭ୍ୟାସରେ ପାକିସ୍ତାନ ଭୟଭୀତ ହୋଇ ‘NOTAM’ର ପରିସରକୁ ବଢାଇ ଦେଇଛି । ନୌସେନାର ମୁଖ୍ୟଙ୍କ ସର କ୍ରିକ୍ ଗସ୍ତ ପରେ ପାକିସ୍ତାନ ଏହି ପଦକ୍ଷେପ ନେଇଛି । ଇସଲାମାବାଦ ୨୮ ଏବଂ ୨୯ ଅକ୍ଟୋବର ପାଇଁ ‘NOTAM’ ଜାରି କରିଛି । ଏହି ତ୍ରିଶୂଳ ଯୁଦ୍ଧ ଅଭ୍ୟାସରେ ପ୍ରାୟ ଆର୍ମିର ଏୟାରଫୋର୍ସ ଏବଂ ନୌସେନାର ୩୦ ହଜାର ଯବାନ ସାମିଲ ରହିଛନ୍ତି । ଏହି ଯୁଦ୍ଧ ଅଭ୍ୟାସ ୩୦ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । ଏଥିସହ ଏହି ଯୁଦ୍ଧ ଅଭ୍ୟାସ ରାଜସ୍ଥାନର ଜୈସଲାମେରରୁ ଆରମ୍ଭ କରି ଗୁଜୁରାଟର ସର କ୍ରିକ୍ ପର୍ଯ୍ୟନ୍ତ ହେବ ।
ଏହାରି ମଧ୍ୟରେ ପାକିସ୍ତାନ ନୌସେନାର ମୁଖ୍ୟ ସାର କ୍ରିକ୍ ଗସ୍ତ କରି ଏହାର ସାମରିକ ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏହି ମାସର ଆରମ୍ଭରେ, ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାରକ୍ରିକ୍ ଅଞ୍ଚଳ ଗସ୍ତ କରିଥିଲେ ଏବଂ ସେଠାରେ ସୈନିକମାନଙ୍କ ସହିତ ଭେଟିଥିଲେ । ସେ ସାରକ୍ରିକ୍ ଅଞ୍ଚଳରେ ପାକିସ୍ତାନର କାର୍ଯ୍ୟକଳାପକୁ ନେଇ କଡ଼ା ଚେତାବନୀ ଦେଇଥିଲେ ।
ଅନ୍ୟପଟେ ପାକିସ୍ତାନ ବିମାନବନ୍ଦରର କର୍ତ୍ତୁପକ୍ଷ କରାଚୀ ଏବଂ ଲାହୋରର ବିମାନ ମାର୍ଗରେ ପରିବର୍ତ୍ତନ ହେବାର ଘୋଷଣା କରିଛନ୍ତି । ବିମାନ ଯାତାୟତର ସୁରକ୍ଷା ପାଇଁ ଏହି ପରିବର୍ତ୍ତନର ଘୋଷଣା କରାଯାଇଛି ବୋଲି PAA କହିଛି । ତେଣୁ ପାକିସ୍ତାନ ଏୟାରସ୍ପେସକୁ ବନ୍ଦ କରିଛି । ଭାରତର “ତ୍ରିଶୂଳ” ସାମରିକ ଅଭ୍ୟାସକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହି ପଦକ୍ଷେପ ନେଇଛି ବୋଲି ଅନୁମାନ କରାଯାଉଛି ।