ନଭେମ୍ବର ୬ରେ ଅନୁଷ୍ଠିତ ହେବ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର : ହାତଲେଖା ବଦଳରେ ଡିଜିଟାଲ ଭିନ୍ନକ୍ଷମ ଆବେଦନ ପତ୍ର ବାଧ୍ୟତାମୂଳକ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆସନ୍ତା ନଭେମ୍ବର ମାସ ୬ ତାରିଖ ଗୁରୁବାର ଦିନ ଓଡ଼ଗାଁ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୫ ଅନୁଷ୍ଠିତ ହେବ।ଶିବିର ଆୟୋଜନ ଓ ପରିଚାଳନା ନିମନ୍ତେ ଓଡ଼ଗାଁ ବ୍ଲକ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଅଛି ।

ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ଵିନୀ ପ୍ରଧାନ ବୈଠକରେ ଯୋଗଦେଇ ଓଡ଼ଗାଁ ବ୍ଲକର ୩୬ ଟି ପଞ୍ଚାୟତ ସହିତ ଓଡ଼ଗାଁ ଏନଏସି ର ୭୦୦ରୁ ଉର୍ଦ୍ଧ୍ବ ଆବେଦନକାରୀ ଅଂଶଗ୍ରହଣ କରିବାର ଅଛି ବୋଲି କହିଛନ୍ତି। ମାନସିକ ରୋଗୀ ମାନଙ୍କୁ ଚିହ୍ନଟ କରିବା ନିମନ୍ତେ ୨ଜଣ ସାଇକୋଲୋଜିଷ୍ଟ ଆସୁଥିବା ବେଳେ ମେଡିସିନ, ଅସ୍ଥିଶଲ୍ୟ, ଆଖି ଶ୍ରବଣ ଓ ବାକ ବାଧିତ ବିଶେଷଜ୍ଞ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା ରହିଛି ।

ଶୁନରୁ ୬ ବର୍ଷର ଶିଶୁ ଏବଂ ତଦୁର୍ଦ୍ଧ ବିଦ୍ୟାଳୟ ଗୁଡ଼ିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରି, ସାଙ୍ଗରେ ଅନଲାଇନ୍ ଆବେଦନ ପତ୍ର ସହିତ ଆଧାର କାର୍ଡ, ଫଟୋ, ରାସନ କାର୍ଡର ଜେରକ୍ସ କପି ନେଇ ଆସିବେ ।ଯେଉଁ ହିତାଧିକାରୀ ମାନଙ୍କ ପାଖରେ ପୁରୁଣା ହାତଲେଖା ଭିନ୍ନକ୍ଷମ ପ୍ରମାଣପତ୍ର ରହିଛି ସେମାନେ ଅନଲାଇନରେ ପୁନଃ ଆବେଦନ କରି ହାତଲେଖା ଓ ଅନଲାଇନ୍ ଆବେଦନ ପତ୍ରକୁ ସାଙ୍ଗରେ ନେଇ ଆସିବେ ।ଏହି ଶିବିରକୁ ଶୃଙ୍ଖଳା ର ସହିତ ପରିଚାଳନା ପାଇଁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ, ସ୍ବଚ୍ଛତା ପାଇଁ ଏନଏସି କାର୍ଯ୍ୟାଳୟ, ପାନୀୟ ଜଳ ଯୋଗାଣ ପାଇଁ ଆରଡବ୍ଲୁଏସ୍ଏସ , ଦୁର୍ଘଟଣା ନିମନ୍ତେ ଅଗ୍ନିଶମ ବାହିନୀ ଏବଂ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାପାଇଁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ad-week
Leave A Reply

Your email address will not be published.