କୋଟିଆରେ ପରବ ଉତ୍ସବର ପ୍ରସ୍ତୁତି ଜୋରଦାର !

kalipuja

କୋରାପୁଟ : ଆସନ୍ତା ଡିସେମ୍ବର 1 ଓ 2 ତାରିଖରେ କୋଟିଆ ଅଞ୍ଚଳର ନାର୍ଡିବାଲସା ଓ ଫାଟୁସିନେରୀଠାରେ ଆୟୋଜିତ ହେବାକୁ ଥିବା ପରବ–2026 ଉତ୍ସବର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ କୋଟିଆ ଅଞ୍ଚଳର ନାର୍ଡିବାଲସା ଓ ଫାଟୁସିନେରୀ ପରିଦର୍ଶନ କରି ପରବ ଉତ୍ସବର ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ଉତ୍ସବ ଆୟୋଜନ ସ୍ଥଳ, ଆବଶ୍ୟକୀୟ ଭିତ୍ତିଭୂମି, ଜନସମାଗମ ପରିଚାଳନା, ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ। ଉତ୍ସବକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଉପର ସେମ୍ବିଠାରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଯୁବକ ଓ କ୍ରୀଡ଼ାପ୍ରେମୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପରବ ଉତ୍ସବ ସହିତ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସାମୂହିକ ଏକତାକୁ ଅଧିକ ଉତ୍ସାହିତ କରିବ ।
ଏହି କାର୍ଯ୍ୟକ୍ରମରେ – ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ ଅଖିଳେଶ୍ୱର ସିଂହ, କୋରାପୁଟ ଏସ୍‌ପି ,ରୋହିତ ବର୍ମା, ଉପଜିଲ୍ଲାପାଳ ଫାବି ରସିଦ, ଏସ୍‌ଡିପିଓ ସୁମିତ୍ରା ଜେନା, ଅତିରିକ୍ତ ଏସ୍‌ପି ମନୋଜ ପୂଜାରୀ, ପୋଟାଙ୍ଗି ବ୍ଲକ୍ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ପିଏ ଆଇଟିଡିଏ କୋରାପୁଟ ସ୍ନେହପ୍ରଭା ମାଝୀ, ସ୍ଥାନୀୟ ଜନପ୍ରତିନିଧି, ପୋଟାଙ୍ଗି ବିଡିଓ, ତହସିଲଦାରଙ୍କ ସମେତ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ପରବ–2026 ମାଧ୍ୟମରେ କୋଟିଆ ଅଞ୍ଚଳର ଆଦିବାସୀ କଳା, ସଂସ୍କୃତି, ପରମ୍ପରା, ଲୋକକଳା ଓ କ୍ରୀଡ଼ା ପ୍ରତିଭାକୁ ରାଜ୍ୟ ତଥା ଜାତୀୟସ୍ତରରେ ପରିଚିତ କରାଇବା ସହ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏହାସହିତ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକତା, ଭାଇଚାରା ଓ ବିକାଶମୂଳକ ଚେତନାକୁ ସୁଦୃଢ଼ କରିବା ଦିଗରେ ଏହି ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ମତ ପ୍ରକାଶ ପାଇଛି l

ad-week
Leave A Reply

Your email address will not be published.