
ବ୍ରାଜିଲ : ବ୍ରାଜିଲ ରାଜଧାନୀ ରିଓ ଡୋ ଜେନେରିଓରେ ପୋଲିସର ବଡ଼ ଅଭିଯାନ । ଏଠାରେ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ ଅଭିଯାନରେ ଚାରି ଜଣ ପୋଲିସ ଅଧିକାରୀ ଓ ପ୍ରାୟ ୬୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ବ୍ରାଜିଲର ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଅଭିଯାନ ଆରମ୍ଭ କରିଛି ।
ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ଏକ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏକ ବଡ଼ ଧରଣର ପୋଲିସ ଅଭିଯାନରେ ୬୦ ଜଣ ଅଭିଯୁକ୍ତ ଅପରାଧୀଙ୍କୁ ନିପାତ କରାଯାଇଛି । ପୋଲିସ ୨୫୦ରୁ ଅଧିକ ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ୱାରେଣ୍ଟ ଜାରି ହୋଇଛି । ୮୧ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ରିଓ ଏକ ପ୍ରମୁଖ ଜଳବାୟୁ ସମ୍ମିଳନୀ C୪୦ ବିଶ୍ୱ ମେୟର୍ସ ସମ୍ମିଳନୀ ଆୟୋଜନ କରିବ ।