ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ

youtube

ଯୋଧପୁର : ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି । ହାଇକୋର୍ଟ ଆଶାରାମ ବାପୁଙ୍କୁ ମେଡିକାଲ ଗ୍ରାଉଣ୍ଡରେ ୬ ମାସର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟରୁ ମୁଖ୍ୟ ନ୍ୟାୟାଧୀଶ ସଂଜୀବ ପ୍ରାକାଶ ଶର୍ମା ଡିଭିଜନ ବେଞ୍ଚ ମାମଲାର ଶୁଣାଣି କରି ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଆଶାରାମଙ୍କ ଚିକିତ୍ସା ଏବେ ଘରୋଇ ହସପିଟାଲରେ ଚାଲିଛି । ଆଶାରାମଙ୍କ ଖରାପ ସ୍ବାସ୍ଥ୍ୟବସ୍ଥା ଦର୍ଶାଇ ରେଗୁଲାର ଜାମିନ ଆବେଦନ କରୁଛନ୍ତି । ଯୌନ ଉତ୍ପୀଡନ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

ଏହାପୂର୍ବରୁ ୨୦୧୩, ଜାନୁଆରୀରେ ସୁପ୍ରମିକୋର୍ଟ ଗଣଦୁଷ୍କର୍ମ ମାମଲାରେ ବନ୍ଦୀ ଥିବା ମେଡିକାଲ ଗ୍ରାଉଣ୍ଡରେ ଆଶାରାମଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ସେତେବେଳେ ସୁପ୍ରିମକୋର୍ଟ ବେଞ୍ଚ ଆଶାରାମଙ୍କ ବୟସାଧିକ ଜଡିତ ସ୍ବାସ୍ଥ୍ୟାଗତ ସମସ୍ୟା ଯୋଗୁଁ ଦୁଇ ଥର ହାର୍ଟଆର୍ଟାକ ହୋଇଛି ବୋଲି କହିଥିଲେ । ୨୦୧୩ରେ ହିଁ ଆଶାରାମଙ୍କୁ ଗିରଫ କରାଯାଇଥିଲା । ୧୬ ବର୍ଷର ନାବାଳିକାଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.