
ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ରିଲ୍ କରିବା ସମୟରେ ଦିଲ୍ଲୀ ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ ଭାରସାମ୍ୟ ହରାଇ ଯମୁନା ନଦୀରେ ଖସିପଡିଛନ୍ତି। ବିଧାୟକ ନେଗୀ ନଦୀରେ ଖସିପଡିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବାବେଳେ ବିରୋଧୀ ଏହାକୁ ନେଇ କଟାକ୍ଷ କରୁଛନ୍ତି। ଏହି ୧୯ ସେକେଣ୍ଡର ଭିଡିଓରେ ପଟପରଗଞ୍ଜ ବିଧାୟକ ରବିନ୍ଦର ସିଂହ ନେଗୀ ଦୁଇଟି ପାଣି ବୋତଲ ଧରି ନଦୀ ପାଣି ସଫା ବୋଲି କହୁଛନ୍ତି। ତେବେ ଭାରସାମ୍ୟ ହରାଇ ସେ ନଦୀରେ ଖସିପଡୁଛନ୍ତି। ତାଙ୍କୁ ଜଣେ ଧରିବାକୁ ଚେଷ୍ଟା କରି ବିଫଳ ହେବା ପରେ ନେଗୀ ନିିକଟରେ ଥିବା ଏକ କାଠ ସାହାରାରେ ଉଠୁଛନ୍ତି। ଆମ ଆଦମୀ ପାର୍ଟି ବିଧାୟକ ସଞ୍ଜୀବ ଝା ଏହାକୁ ସାମାଜିକ ଗଣମାଧ୍ୟମ ଏକ୍ସରେ ସେୟାର କରି ତାଙ୍କୁ କଟାକ୍ଷ କରିଛନ୍ତି। ସେ ଲେଖିଛନ୍ତି ଯେ ନେଗୀଙ୍କ ମିଛ ଓ ଦେଖାଣିଆ ରାଜନୀତିରେ ଅତିଷ୍ଠ ହୋଇ ଯମୁନା ମା’ ତାଙ୍କୁ ନିଜ ପାଖକୁ ଡାକିନେଇଛନ୍ତି।