
ଗୋପ: ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କାକଟପୁର କୋଣାର୍କ ଅଭିମୁଖେ ଯାଉଥିବା କାଦୁଆ ନଦୀ ଭିତରକୁ ଖସି ପଡିଛି ଲଷ୍ମୀବସ । ଭାରସାମ୍ୟ ହରାଇ ଲକ୍ଷ୍ମୀ ବସ୍ ନଦୀକୁ ଖସି ପଡ଼ିଛି। ଷ୍ଟିୟରିଙ୍ଗ ଫେଲ ହେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଛି । ତେବେ ବଡ଼ ଧରଣର ଦୁର୍ଘଟଣାରୁ ବସ୍ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଏଥିରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
ହଁ ଦର୍ଶକବନ୍ଧୁ, ଟିକେ ଭଲସେ ନଜର ପକାନ୍ତୁ ଏହି ଲକ୍ଷ୍ମୀ ବସ ଉପରେ । କିପରି ବସଟି ଓଲଟି ପଡ଼ି଼ରହିଛି । ଡ୍ରାଇଭରଙ୍କ କହିବାନୁଯାୟୀ ବସ୍ର ଷ୍ଟିୟରିଙ୍ଗ କାମ ନକରିବାରୁ ଦୁର୍ଘଟଣା ଘଟିଛି । ଅନ୍ୟପଟେ ବେପରୁଆ ଗାଡିଚାଳନା ପାଇଁ ଏମିତି ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଶେଷରେ ବସ୍ ନଦୀ ଭିତରକୁ ପଶି ଯାଇଥିବା ସେ କହିଛନ୍ତି । ତେବେ ଏହି ଲକ୍ଷ୍ମୀ ବସ ଦୁର୍ଘଟଣା କିଛି ନୂଆ କଥା ନୁହେଁ । ବ୍ରେକ୍ ଫେଲ୍ ହେବା ଯୋଗୁଁ ହେଉ ଅଥବା ଚାଳକଙ୍କର ଅବହେଳା ଯୋଗୁଁ ଲକ୍ଷ୍ମୀ ବସ୍ ପୂର୍ବରୁ ବହୁଥର ଦୁର୍ଘଟଣାର ସାମ୍ନା କରିଛି । ଯଦି ଆମେ ଦେଖିବା ରାଜ୍ୟରେ ଆମ ବସ ଆଉ ଲକ୍ଷ୍ମୀ ବସ ଦୁର୍ଘଟଣା ନୀତିଦିନ ଘଟୁଛି । ବୁଧବାର ଦିନ ବ୍ରେକ୍ ଫେଲ୍ ହୋଇଯିବା ଯୋଗୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଙ୍ଗୁତୁମା ଘାଟି ତଳକୁ ଲକ୍ଷ୍ମୀ ବସ୍ ଖସି ପଡ଼ିଥିଲା । ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଠିକ ଆଜି ସେମିତି ଶୁକପୋଖରୀରୁ ନୟାହାଟ କୋଣାର୍କ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଲକ୍ଷ୍ମୀ ବସ କାକଟପୁରରୁ କୋଣାର୍କ ଅଭିମୁଖେ ଯାଉଥିବା ସମୟରେ ସାନ୍ତରସ ନିକଟରେ ଲକ୍ଷ୍ମୀ ବସଟି ଓଲଟିପଡିଛି ।
 
			