ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣା, ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

youtube

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣାରେ ମୁକୁଳିଲେ ପରୀକ୍ଷାର୍ଥୀ । ଦୀର୍ଘ ୧ ମାସ ପରେ ମଣ୍ଡଳ କାରାଗାରରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ।  ଗତକାଲି ୧୧୪ ଜଣଙ୍କୁ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । କ୍ରାଇମବ୍ରାଞ୍ଚ କେସ୍ ଡାଏରୀ ତଥା ସିଡ଼ି କୋର୍ଟରେ ଦାଖଲ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଲେ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ । ଗତ ମାସ ୩୦ ତାରିଖରେ ୩ଟି ବସରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଛି  ।

Leave A Reply

Your email address will not be published.