ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ୍

add-all

ଚୌଦ୍ବାର: ଡିକି ଭାଙ୍ଗି ଲୁଟିନେଲେ । ଘର ଆଗରୁ ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଚୌଦ୍ବାର ନପଙ୍ଗ ପଞ୍ଚାୟତ ଇଟୁଆ ଗାଁ କୋର କୋର ସାହିରୁ ଲୁଟ୍ ହୋଇଛି। ରବିନ୍ଦ୍ର କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରି ଅଗମାରେ ଗାଡ଼ି ରଖିବା ସମୟରେ ଫୋନ୍ ଆସିଥିଲା। । ରବିନ୍ଦ୍ର କଥା ହୋଇ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ତାଙ୍କ ପିଛା କରି ଆସିଥିବା ୪ଜଣ ଦୁର୍ବୃତ୍ତ ସ୍କୁଟି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ରବିନ୍ଦ ତାଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କ ଟେର ପାଇନଥିଲେ। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ ।

ad-week
Leave A Reply

Your email address will not be published.