ବସକୁ ଧକ୍କା ଦେଲା ଟ୍ରକ, ୩ ଯାତ୍ରୀ ଗୁରୁତର

youtube

ବାଲେଶ୍ୱର: ପିଛା ଛାଡୁନି ବସ୍‌ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରକ୍‌ । ଏଥିରେ ୩ଯାତ୍ରୀ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଯୁଣବଳଦା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏହେସାନ୍‌ ନାମକ ଘରୋଇ ବସକୁ ଧକ୍କା ଦେଇଥିଲା ଟ୍ରକ୍‌ । ବାଲେଶ୍ୱରରୁ ଚନ୍ଦନେଶ୍ୱର ଯାଉଥିଲା ଏହସାନ୍‌ ଯାତ୍ରୀବାହୀ ବସ । ବର୍ତ୍ତମାନ୍‌ ଘଟଣା ସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.