ରାୟଗଡାରେ ବିଶ୍ୱ ମିତବ୍ୟୟୀତା ଦିବସ ପାଳିତ

youtube

ରାୟଗଡା : ରାୟଗଡା ଜିଲ୍ଲାସଂସ୍କୃତି ଭବନ ଠାରେ ବିଶ୍ୱ ମିତବ୍ୟୟୀତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅର୍ଥନୈତିକ ବିକାଶରେ ସ୍ୱଳ୍ପ ସଂଚୟର ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେଣୁ ଜନସାଧାରଣ ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନାରେ ସେମାନଙ୍କର କଷ୍ଟଲବ୍ଧ ସମ୍ବଳକୁ ସୁବିନିଯୋଗ କରି ଦେଶର ପ୍ରଗତିରେ ସହାୟତା ହେବା ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାୟଗଡା ଜିଲ୍ଳା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଅଧିକାରୀ ମନୋଜ କୁମାର ନାହାକ ଦିବସର ମହତ୍ୱ ଏବଂ ତାତ୍ପର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ବକୃକ୍ତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଆକାଶ ରଞ୍ଜନ ପାଢ଼ୀ, ପ୍ରଥମ ସ୍ଥାନ ଅଧିକାର, ଦ୍ଵିତୀୟ ସ୍ଥାନ ସ୍ବପ୍ନାଶ୍ରୀ ଶତପଥି ଓ ତୃତୀୟ ସ୍ଥାନ ଶୁଭଶ୍ରୀ ପଣ୍ଡା କରିଥିଲେ । ଏହି ପ୍ରିତିଯୋଗିତାର ବିଷୟ – ନିୟମିତ ସଞ୍ଚୟର ଆବଶ୍ୟକତା ଓ ଅନ୍ଲାଇନ ଆର୍ଥିକ ଠକେଇ ସମ୍ପର୍କିତ ସଚେତନତା ଥିଲା ।
ଏହି ସଚେତନା ସଭାରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଡାକ ଡିଭିଜନର ପୋଷ୍ଟ Master ତାରିଣୀ ମହାନ୍ତି,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଅତିରିକ୍ତ କୋଷାଧ୍ୟକ୍ଷ ଅଧିକାରୀ ପଙ୍କଜ କୁମାର ମଣ୍ଡଳଙ୍କ ସମେତ ସାମ୍ବାଦିକ ବନ୍ଧୁ ଏବଂ ସ୍ୱଳସଂଚୟ ଏଜେଂଟ ବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.