
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ନିର୍ଦ୍ଧେଶ ଦେଇଛନ୍ତି ଟ୍ରମ୍ପ। ଚୀନ୍ ଓ ରୁଷ ଚାଲୁ ରହିଥିବା ପରମାଣୁ ଅସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମର ଜବାବରେ “ଯୁଦ୍ଧ ବିଭାଗ” କୁ ପୁଣି ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ କୋରିଆରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ସମ୍ମିଳନୀ ପୂର୍ବରୁ ଟ୍ରମ୍ପଙ୍କ ଏଭଳି ବିସ୍ମୟକର ବୟାନ ଆସିଛି। ଆମେରିକା ତୁରନ୍ତ ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କହିଛନ୍ତି ଅନ୍ୟ ଦେଶ ତୁଳନାରେ ଆମେରିକା ପାଖରେ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। ରୁଷିଆ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛି ଚୀନ । ୧୯୯୨ ମସିହା ସେପ୍ଟେମ୍ବର ୨୩ ପରେ ଅର୍ଥାତ ୩୩ ବର୍ଷ ପରେ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ଟ୍ରମ୍ପ ନିର୍ଦ୍ଧେଶ ଦେଇଛନ୍ତି ।
ଗତକାଲି ଅଣ୍ଡର ୱାଟର ଆଣବିକ ଡ୍ରୋନର ସଫଳ ପରୀକ୍ଷଣ କରି ଶକ୍ତି ପ୍ରଦର୍ଶନ କରିଥିଲା ଋଷ। ପରମାଣୁ ଶକ୍ତି ଚାଳିତ ଅଣ୍ଡରୱାଟର ଡ୍ରୋନ ପୋସାଇଡନର ପରୀକ୍ଷଣ ସଫଳ ହୋଇଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ । ପୋସାଇଡନ ୨ ମେଗାଟନ୍ ନ୍ୟୁକ୍ଲିୟର ୱାରହେଡ ବହନ କରିପାରିବ। ଏହା ସମୁଦ୍ରରେ ରେଡିଓ ଆକ୍ଟିଭ ସୁନାମୀ ଆଣିବା ସହ ଉପକୂଳ ଅଞ୍ଚଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ବାସଯୋଗ୍ୟ ହୋଇପାରିବ ନାହିଁ। ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ଗତି କରିବାର କ୍ଷମତା ଥିବା ପୋସାଇଡନକୁ K-329 Belgorod ଭଳି ସ୍ୱତନ୍ତ୍ର ବୁଡ଼ାଜାହାଜରେ ନିୟୋଜିତ କରାଯିବ। ପ୍ରତିଦ୍ୱନ୍ଦ୍ୱୀଙ୍କ ପରୀକ୍ଷଣ ଯୋଗୁଁ ଆମେରିକାର ସୁରକ୍ଷା କ୍ଷମତା ହ୍ରାସ ପାଉଥିବା ଟ୍ରମ୍ପ କହିଛନ୍ତି ।