
ରାୟଗଡ଼ା: ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ଅଧ୍ୟାପକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ । ପ୍ରତିବାଦରେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାନରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଉକ୍ତ ଅନୁଷ୍ଠାନର ଗଣିତ ପ୍ରାଧ୍ୟାପକ ପ୍ରଦିପ କୁମାର ତ୍ରିପାଠୀ ସିଭିଲ ଇଂଜିନିୟରିଂର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅନୁଷ୍ଠାନ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଉକ୍ତ ଛାତ୍ରୀକୁ ନ୍ୟାୟ ଦାବି ସହ ଉକ୍ତ ଅଧ୍ୟାପକଙ୍କୁ ବଦଳି ଦାବିରେ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।