
ଚିତ୍ରକୋଣ୍ଡା : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଚିତ୍ରକୋଣ୍ଡା ପୋଲିସ ବିଭାଗ ପକ୍ଷରୁ ଏକତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଥିଲା ଏଥିରେ ଚିତ୍ରକୋଣ୍ଡା ପୋଲିସ ସୁରକ୍ଷାବାହିନୀ ସଦସ୍ୟମାନେ ଓ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ଜୟନାରାୟଣ ଖଣ୍ଡେଇ ଓ ଚିତ୍ରକୋଣ୍ଡା ଉଛ ମାଧ୍ୟ୍ୟମିକ ବିଦ୍ୟାଳୟ ର ଅଧ୍ୟାପିକା ଜାନକୀ ହ୍ୱନ୍ତାଳ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପିଲାମାନଙ୍କ ପାଇଁ କିଛି ପ୍ରତିଯୋଗିତା ରଖାଯାଇଥିଲା, ଯଥା ବକୃତା, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା l ଏଥିରେ ଅଂଶ ଗ୍ରହଣ କରିଥିବା କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୋଲିସ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା l ଏଥିରେ ବିଦ୍ୟଳୟ ର ସମସ୍ତ ଶିକ୍ଷଙ୍କ ଓ ଶିକ୍ୟାୟତ୍ରୀ ଏବଂ ପୋଲିସ ବିଭାଗ ର କର୍ମଚାରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା।ସର୍ଦ୍ଦାର ପଟେଲଙ୍କ ଏକତା ବାଣୀକୁ ଜୀବନ୍ତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଞ୍ଚଳରେ ଗଣଉତ୍ସାହ ସୃଷ୍ଟି କରିଥିଲା।