ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ

add-all

ମୁମ୍ବଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଉଥିବା ଘଟଣା ଲୋକଲୋଚନକୁ ଆସିଛି। ଏହାକୁ ନେଇ ମୁମ୍ବଇ ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି ବୋଲିି ଏନ୍‌ସିପି (ଶରଦ ପୱାର ଗୋଷ୍ଠୀ) ବିଧାୟକ ରୋହିତ ପୱାର ଅକ୍ଟୋବର ୧୬ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଜାଲ ଭୋଟରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏଭଳି ହୀନ ଚକ୍ରାନ୍ତ କରାଯାଉଥିବା ରୋହିତ ଅଭିଯୋଗ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟରେ ବିଜେପିର କେତେକ କର୍ମକର୍ତ୍ତା ସାମିଲ ଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ଘଟଣା ପ୍ରସାରିତ ହେବାରେ ବିଜେପିର ସୋସିଆଲ ମିଡିଆ ସେଲ୍‌ ଆବାହକ ଧନଞ୍ଜୟ ୱାଗସକର ଥାନାରେ ଏତଲା ଦାଏର କରିଥିବା ଜଣାପଡିଛି। ୨୦୧୯ରୁ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ମହାରାଷ୍ଟ୍ରରେ ୩୨ ଲକ୍ଷ ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରାଯାଇଥିଲା। ଏହା ବିଜେପିକୁ ଫାଇଦା ଦେଇଥିଲା ବୋଲି ରୋହିତ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.