ପାକ୍‌ ସୀମାରେ ସମରାଭ୍ୟାସ ଆରମ୍ଭ କଲା ଭାରତ

youtube

ନୂଆଦିଲ୍ଲୀ: ଭାରତର ତିନି ପ୍ରତିରକ୍ଷା ବାହିନୀ ପକ୍ଷରୁ ଗୁରୁବାର ପାକିସ୍ତାନ ସଂଲଗ୍ନ ସୀମାରେ ୧୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମରାଭ୍ୟାସକୁ ‘ତ୍ରିଶୂଳ’ ନାମରେ ନାମିତ କରାଯାଇଛି। ଗୁଜରାଟ ଓ ରାଜସ୍ଥାନରେ ଚାଲିଥିବା ଏହି ସମରାଭ୍ୟାସରେ ଟି-୯୦ ଟ୍ୟାଙ୍କ, ତୋପ, ବ୍ରହ୍ମସ, ଆକାଶ କ୍ଷେପଣାସ୍ତ୍ର ଓ ଅନ୍ୟ ଯୁଦ୍ଧାସ୍ତ୍ରର ବ୍ୟବହାର କରାଯାଉଥିବାବେଳେ ରାଫେଲ ଓ ସୁଖୋଇ ଭଳି ଯୁଦ୍ଧବିମାନ ସେମାନଙ୍କର ରଣକୌଶଳ ପ୍ରଦର୍ଶନ କରିବେ। ନୌସେନା ପକ୍ଷରୁ କଲକାତା ଓ ନୀଳଗିରି ଶ୍ରେଣୀର ଯୁଦ୍ଧଜାହାଜ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହୋଇଛି। ଗୁଜରାଟ ନିକଟବର୍ତ୍ତୀ ସାର୍‌ କ୍ରିକ୍‌ ପ୍ରଣାଳୀରେ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଥିବା କୁହାଯାଇଛି। ଏହି ପ୍ରଣାଳୀର ପୂର୍ବ ପଟ ଭାରତର ଏବଂ ପଶ୍ଚିମ ପଟ ପାକିସ୍ତାନ ଅକ୍ତିିଆରରେ ରହିଛି। ତେବେ ପାକିସ୍ତାନ ଏହି ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ କବ୍‌ଜା କରିବାକୁ ଚକ୍ରାନ୍ତ ଚଳାଇଛି। ପାକିସ୍ତାନ ଇତିମଧ୍ୟରେ ସାର୍‌ କ୍ରିକ୍‌ ପ୍ରଣାଳୀ ନିକଟରେ ବଙ୍କର ନିର୍ମାଣ କରୁଥିବାବେଳେ ରେଡାର ଷ୍ଟେସନ ମଧ୍ୟ ସ୍ଥାପନ କରୁଛି। ଏହି ଘାଟିରୁ ଡ୍ରୋନ୍‌ ଓ ଯୁଦ୍ଧ ବିମାନ ସାହାଯ୍ୟରେ ଭାରତରେ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଲକ୍ଷ୍ୟ ରଖିଥିବା ଜଣାପଡିଛି।

Leave A Reply

Your email address will not be published.