ମାଖନଲାଲ ବିଶ୍ବବିଦ୍ୟାଳୟ ତୃତୀୟ ମହଲାରୁ ଖସି ଛାତ୍ର ଗୁରୁତର

add-all

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ମାଖନଲାଲ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ର ତୃତୀୟ ମହଲାରୁ ପଡି ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଛାତ୍ରଙ୍କ ନାଁ ଦିବ୍ୟାଂଶ ଚୋକସୀ ବୋଲି ଜଣାପଡିଛି। ଶ୍ରେଣୀ ଗୃହରୁ ବାହାରିବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଏହି ଅଘଟଣ ଘଟିଯାଇଥିଲା। ତାଙ୍କୁ ପ୍ରଥମେ ଗୀତାଞ୍ଜଳି ଓ ପରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିବ୍ୟାଂଶଙ୍କ ନିଜ ଘର ରାୟସେନ ଜିଲାରେ, ସେ ଭୋପାଳରେ ରହି ମଖନଲାଲ ବିଶ୍ବବିଦ୍ୟାଳୟରେ ପଢୁଥିଲେ। ସେ ସାମାଜିକ ଗଣମାଧ୍ୟମରେ ମଧ୍ୟ ବହୁତ ସକ୍ରିୟ। ‘ଏନସିଆରଟି’ ଜ୍ଞାନ ନାମକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

ad-week
Leave A Reply

Your email address will not be published.