ନିଃସର୍ତ୍ତ ନ୍ୟୁଜର ବିଶେଷ ପ୍ରଭାବ :ଖବର ପ୍ରକାଶ ପରେ ରାଇଘରରେ ଚୋରିକୁ ରୋକିଲା ପୋଲିସ…

youtube


ହୋମ ଗାର୍ଡ ମାନଙ୍କ ରାତି ପହରାରେ ଲୋକଙ୍କୁ ମିଳିଲା ଆଶ୍ବସ୍ତି

ଉମରକୋଟ/ରାଇଘର,( ୩୧ ଅକ୍ଟୋବର ୨୦୨୫ )
ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳରେ ଗତ କିଛି ମାସ ଧରି ଚୋରି ଓ ଡକାୟିତି ଘଟଣା ଅସହ୍ୟ ଭାବରେ ବୃଦ୍ଧି ପାଇ ଲୋକମାନଙ୍କ ମନରେ ଭୟର ବାତାବରନ ସୃଷ୍ଟି କରିଥିଲା। କୋଦଭାଟା ସାହି ସମେତ ରାଇଘର ମୁଖ୍ୟ ବଜାର ଓ ପାର୍ଶ୍ବବର୍ତ୍ତୀ ସାହିମାନେ ଚୋରମାନଙ୍କ ଲକ୍ଷ୍ୟରେ ପରିଣତ ହୋଇଯାଇଥିଲେ। ସମସ୍ୟା ଏପର୍ଯ୍ୟନ୍ତ ହୋଇଥିଲା ଯେ— ଚୋରମାନେ ପୁଲିସକୁ ପ୍ରାୟ ଚ୍ୟାଲେଞ୍ଜ କରି ଆସି ଚୋରି କରିଯାଉଥିଲେ, କିନ୍ତୁ ତାଙ୍କ ପୋଲିସ ଧରି ପାରୁ ନ ଥିଲା। ଏହି ପରିସ୍ଥିତିରେ ଆମ ନିସର୍ତ ନ୍ୟୁଜ ଦ୍ୱାରା କୋଦଭାଟାର ଉପେନ୍ଦ୍ର ଗଣ୍ଡଙ୍କ ଘରେ ହୋଇଥିବା ଚୋରି ଘଟଣାକୁ ଖୋଲା ମେଲା ଭାବରେ ପ୍ରକାଶ କରାଯାଇ ଥିବା ପରେ, ଥାନା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା।
ରାତି ପହରାରେ ଯୋଗ ଦେଲେ ହୋମ ଗାର୍ଡମାନେ।
ରାଇଘର ସଦର ଅଞ୍ଚଳର ସମସ୍ତ ସାହିରେ ହୋମ ଗାର୍ଡମାନଙ୍କୁ ରାତି ସାରା ପହରା କାର୍ଯ୍ୟରେ ନିଯୁକ୍ତ କରାଗଲା।
ବର୍ଷା, କାକର, ଶୀତ କୌଣସି ପ୍ରାକୃତିକ ବାଧାକୁ ଧ୍ୟାନ ନ ଦେଇ ସେମାନେ ସାହିରୁ ସାହି, ଘରରୁ ଘର ବୁଲୁଛନ୍ତି, ସିଟି ମାରୁଛନ୍ତି, ଲୋକମାନଙ୍କୁ ଜାଗରୁକ ରଖୁଛନ୍ତି ଏବଂ ନିରାପତ୍ତା ନିଶ୍ଚିତ କରୁଛନ୍ତି। ଏହାକୁ ନେଇ ବ୍ୟବସାୟୀ, ଗୃହଣୀ, ଛାତ୍ର-ଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବିପୁଳ ସନ୍ତୋଷ ଓ ରାହାତି ଦେଖାଯାଉଛି।ରାଇଘରର ବୁଦ୍ଧିଜୀବୀ ବର୍ଗର କହିବା ଯେପରି ହୋମ ଗାର୍ଡମାନେ ରାତି ସାରା ଆମପାଇଁ ପହରା ଦେଉଛନ୍ତି— ସେହି ସେବାକୁ ସରକାର ଗୁରୁତ୍ୱ ଦେବା ଅତ୍ୟାବଶ୍ୟକ। ସମ୍ମାନ, ଭତ୍ତା ଓ ସୁବିଧା ନିଶ୍ଚିତ ହେବା ଉଚିତ।” ସାଧାରଣ ଲୋକଙ୍କ କହିବା କଥା “ଏବେ ଆମେ ନିଶ୍ଚିନ୍ତରେ ଦୱାର ବନ୍ଦ କରି ସୋଇ ପାରୁଛୁ।”
“ସେମାନେ ଆମ ପାଇଁ ପିଲା ଛୁଆ ଭଳି ରାତି ସାରା ଜଗୁଛନ୍ତି — ସରକାର ଅବଶ୍ୟ ସେମାନଙ୍କୁ ସହାୟତା କରିବା ଉଚିତ।”
ହୋମ ଗାର୍ଡମାନଙ୍କୁ ସ୍ୱାସ୍ଥ୍ୟ ବୀମା ଓ ଚିକିତ୍ସା ସହାୟତା,
ରାତି ପହରା ପାଇଁ ଅତିରିକ୍ତ ଭତ୍ତା/ପ୍ରୋତ୍ସାହନ ଓ ଆଧୁନିକ ପହରା ସାମଗ୍ରୀ, ଟର୍ଚ୍ଚ, ବର୍ଷାକୋଟ, ଜୁତା ଓ ୟୁନିଫର୍ମ ଯୋଗାଇ ଦେବା ଦରକାର। ବୁଦ୍ଧିଜୀବୀ ମଣ୍ଡଳୀ ଓ ସାହି ବାସିନ୍ଦାମାନେ ସରକାରଙ୍କୁ ଶୀଘ୍ର ପଦକ୍ଷେପ ନେବା ପାଇଁ ବିନୀତ ନିବେଦନ କରିଛନ୍ତି। ଗଣମାଧ୍ୟମର ନିଷ୍ପକ୍ଷ ଓ ସାହସୀ ପ୍ରଚାର ଯେତେବେଳେ ଜନସମସ୍ୟାକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଏ— ସେତେବେଳେ ପରିବର୍ତ୍ତନ ନିଶ୍ଚିତ। ନିସର୍ତ ନ୍ୟୁଜ ତାହାର ସାମାଜିକ ଦାୟିତ୍ୱ ପୂରଣ କରିଛି, ଏବଂ ତାହାର ସକାରାତ୍ମକ ପ୍ରଭାବ ଆଜି ସମସ୍ତଙ୍କ ଆଖି ଆଗରେ।

Leave A Reply

Your email address will not be published.