
ବ୍ରହ୍ମପୁର : ଏକତା ପାଇଁ ଦୈାଡିବା ଏବଂ ରାଷ୍ଟ୍ର ପାଇଁ ନିର୍ମାଣ ପାଇଁ ସଜାଗ ହେବା ବାର୍ତା ନେଇ ଆଜି ଲୈାହମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତି ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ଆସିକା ପୋଲିସ ପକ୍ଷରୁ ଏକ ଗଣଦୈାଡ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସିକା ଏସ.ଡି.ପି.ଓ ସନ୍ତୋଷ କୁମାର ଜେନାଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ଆସିକା ଥାନା ଅଧିକାରୀ କୁଳମଣୀ ସେଠି ଗଣଦୈାଡ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ, କ୍ରୀଡାବିତ, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆସିକା ଆଦର୍ଶ ଥାନା ପରିସରରୁ ଗଣଦୈାଡ ବାହାରି ଆସିକା ସହର ପରିକ୍ରମା କରିବା ପରେ ପୁଣି ଥାନା ଠାରେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସକାଳ ୭ ଘଣ୍ଟା ଠାରୁ ଆରମ୍ଭ ହୋଇଥିବା ବେଳେ ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା, ସୁସ୍ଥ ଏବଂ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା ଏବଂ ସ୍ୱଦେଶୀ ଚିନ୍ତାଧାରାକୁ ଆପଣାଇବା ନେଇ ବାର୍ତ୍ତା ପ୍ରଦାନ କରାଯାଇଥିଲା।