ଅବକାରୀ ବିଭାଗର ଚଢ଼ାଉ: ୨୨୦ ଗଞ୍ଜେଇ ଗଛ ଧ୍ୱଂସ, ଜଣେ ଅଭିଯୁକ୍ତ ଗିରଫ…

youtube

ଉମରକୋଟ/ରାଇଘର, ନବରଙ୍ଗପୁର, (୧ ନଭେମ୍ବର ୨୦୨୫)
ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ଚାଷ ଦମନ କାର୍ଯ୍ୟରେ ଅବକାରୀ ବିଭାଗ ଆଉ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଉମରକୋଟ ଅବକାରୀ ବିଭାଗର ବିଶେଷ ଟିମ୍ କୁନ୍ଦେଇ ଥାନା ଅଧୀନର ସମ୍ବଲପୁର ଗ୍ରାମରେ ଚଢ଼ାଉ କରି ୨୨୦ ଟି ଗଞ୍ଜେଇ ଗଛ ଧ୍ୱଂସ କରିଥିବା ସହ, ଗଞ୍ଜେଇ ଚାଷକାରୀ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ସୂଚନା ପ୍ରକାରେ,ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଗ୍ରାମବାସୀ ଲେମ କୁମାର ଗଣ୍ଡ ବୋଲି ଚିହ୍ନଟ ହୋଇଛି। ସୂତ୍ର ଅନୁସାରେ, ଲେମ କୁମାର ନିଜ ଜମିରେ ଅବୈଧ ଭାବରେ ଗଞ୍ଜେଇ ଚାଷ କରୁଥିଲେ ଏବଂ ଘଟଣାଦିନ ସକାଳେ ଗଛକୁ ପାଣି ଦେଉଥିବା ବେଳେ ବିଶେଷ ସୂଚନା ଆଧାରରେ ଅବକାରୀ ବିଭାଗର ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ପରିଚାଳନାରେ ଉପସ୍ଥିତ ଅବକାରୀ ନିରୀକ୍ଷକ ଶ୍ରୀମତୀ ରଞ୍ଜୁଲତା ବାରିକ କହିଛନ୍ତି “ଧ୍ୱଂସ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ₹୨,୨୦, ହଜାର ଟଙ୍କା ହେବ। ଏହା ଅବୈଧ ମାଦକ ଚାଷକାରୀଙ୍କ ବିରୋଧରେ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।” ଅବକାରୀ ବିଭାଗ ସୂଚନା ଦେଇଛି ଯେ, କୁନ୍ଦେଇ ଥାନା ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳ ସମୀପର ଅନେକ ଗାଁରେ ଗୁପ୍ତରୂପେ ଗଞ୍ଜେଇ ଚାଷ ବଢ଼ୁଛି। ଏହା ଅଞ୍ଚଳରେ ଗଞ୍ଜେଇ ଚକ୍ରକୁ ଧ୍ୱଂସ କରିବା ପାଇଁ ଆଗାମୀ ଦିନରେ ଆଉ ବ୍ୟାପକ ଚଢ଼ାଉ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲାରେ ଗଞ୍ଜେଇ ଚାଷ ଦମନ ଅଭିଯାନକୁ ନେଇ ସ୍ଥାନୀୟ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। କିଛି ଗ୍ରାମବାସୀ ଏହି ପଦକ୍ଷେପକୁ ସ୍ୱାଗତ କରୁଥିବା ବେଳେ, ଆହୁରି ଜଣାସୁଣା ହୋଇଛି ଯେ କିଛି ଦୁର୍ବୃତ୍ତ ଗଞ୍ଜେଇ ଚାଷକୁ ଅର୍ଥ ଉପାର୍ଜନର ଅବୈଧ ମାଧ୍ୟମ ଭାବେ ଚାଲୁ ରଖିଛନ୍ତି। ଏହି ପରିସ୍ଥିତିରେ ସଚେତନତା, ପ୍ରଶାସନିକ କଡ଼ା ଆକ୍ସନ୍ ଓ କାନୁନୀ ପଦକ୍ଷେପ ଆବଶ୍ୟକ ବୋଲି ସ୍ଥାନୀୟ ମହଳର ମତ। ଅବକାରୀ ବିଭାଗର ଏହି ଚଢ଼ାଉ ଆଉଥରେ ପ୍ରମାଣ କରିଛି ଯେ ମାଦକ ଚାଷ ଓ ତସକରୀ ବିରୋଧରେ ସଘନ ଅଭିଯାନ ଜାରି ରହିବ।

Leave A Reply

Your email address will not be published.