
ଆନନ୍ଦପୁର : ସୀମା ବିବାଦକୁ ନେଇ ତୁମୁଳକାଣ୍ଡ । ହଣାକଟାରେ ୪ ସମ୍ପର୍କୀୟ ଭାଇ ଗୁରୁତର । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ମହୁରୀ ଓଝା ଓ କୁନୀ ଓଝା ଦୁଇ ସମ୍ପର୍କୀୟ ଭାଇ । ଦୁଇ ଜଣଙ୍କ ଘର ପାଖାପାଖି ରହିଛି । କୁନୀ ଓଝାଙ୍କ ଘର ପ୍ଲାଷ୍ଟର ପାଇଁ ସଟ୍ରିଙ୍ଗ ଚାଲିଥିବା ବେଳେ ମହୁରୀ ଓଝାଙ୍କ ପରିବାର ସଦସ୍ଯ ଏହାକୁ ବିରୋଧ କରିଥିଲେ । ପ୍ରଥମେ ଉଉୟଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା । ପରେ ଝଗଡ଼ା ଉଗ୍ରରୂପ ନେଇ ମାରଣାସ୍ତ୍ରରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ ।
ଆକ୍ରମଣରେ କୁନୀ ଓଝାଙ୍କ ପୁଅ ନିରଞ୍ଜନ, ରମେଶ ଓ ଟଙ୍କଧର ଆହତ ହୋଇଥିବାବେଳେ ମହୁରୀ ଓଝାଙ୍କ ପୁଅ କାହ୍ନୁ ଚରଣ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଘଷିପରା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।