
ପାଟଣାଗଡ଼ : ଗାଁ ପାଖ ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ରତାଖଣ୍ଡି ଗାଁ ପାଖ ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ରତାଖଣ୍ଡି ଗାଁର ଜଗଦାନନ୍ଦ ସାଣ୍ଢଙ୍କ ୨୦ ବର୍ଷୀୟ ଝିଅ ସୁନିତା ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିଲେ । ଖୋଜାଖୋଜି ପରେ ନପାଇବାରୁ ୯ ରେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତ ସୁନିତାଙ୍କ ବାପା ।
ମୃତକଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପାଟଣାଗଡ଼ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ପରିବାର ତରଫରୁ ଅଧିକ ଖୋଜାଖୋଜି କରୁଥିବା ବେଳେ ଆଜି ଗାଁ ପାଖ ଜଙ୍ଗଲରେ ସୁନିତାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ ଜାରି ରହିଛି । ପରିବାର ତରଫରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅଭିଯୋଗ କରାଯାଇଛି । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।