ନଭେମ୍ବର ୧୨ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ ଜିଲ୍ଲା ପରିକ୍ରମା କରିବ ବାଲିଯାତ୍ରା ସଚେତନତା ରଥ

youtube

 କଟକ : ଗଡ଼ିଲା ବାଲିଯାତ୍ରା ସଚେତନତା ରଥ ।  କଟକ ବାଲିଯାତ୍ରାର ତଳ ପଡିଆ ଠାରେ ଉଦଘାଟନ ହେଲା ସଚେତନତା ରଥ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଏହି ସଚେତନତା ରଥକୁ ଉଦଘାଟନ କରିଛନ୍ତି ।  ଏହି ସଚେତନତା ରଥ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ପରିକ୍ରମା କରିବ ।  ଅତୀତ ବାଲିଯାତ୍ରାର ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ରଥ ।  ଏହାସହ ୧୦ଟି ଜିଲ୍ଲାରେ ଯାତ୍ରା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରିବ ।  ବାଲିଯାତ୍ରା ଆମ ସଂସ୍କୃତି, ପରମ୍ପରା ଓ ଗୌରବମୟ ଅତୀତର ପ୍ରତୀକ ।  ଦରିଆ ପାରି ଦେଶମାନଙ୍କରେ କିପରି ସାଧବ ପୁଅ ବାଣିଜ୍ୟ କରୁଥିଲେ ସେନେଇ ସ୍ମରଣ କରାଇବ ଏହି ରଥ ।  ଆସନ୍ତା ୫ରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ବାଲିଯାତ୍ରା ।

Leave A Reply

Your email address will not be published.