ଯୁବତୀଙ୍କୁ ଗଣଦୁଷ୍କର୍ମ: ୨ ଅଭିଯୁକ୍ତ ଅଟକ

add-all

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡିଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ପୀଡ଼ିତା ଜଣକ ବୀର ମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ହିକୁଡି ଗାଁର ଜଣେ ୨୦ ବର୍ଷୀୟ ଯୁବତୀ ଏକ ଘରୋଇ କମ୍ପାନିରୁ ଅଫିସ କାମ ସାରି ଘରକୁ ଫେରୁଥିଲେ। ଏତିକିବେଳେ ହିକୁଡି ଆଇଟିଆଇ କଲେଜ୍ ପାଖରେ ଥିବା ବନ୍ଧ ପାଖରେ ତିନି ଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଅଟକାଇ ଏକ ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ଏହାପରେ ପୀଡ଼ିତା ଚେତା ହରାଇଥିଲେ। ଏହାପରେ ଯୁବକମାନେ ପୀଡ଼ିତାଙ୍କୁ ଏକ ବିଲକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିଲେ। ପରେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ବୀରମହାରାଜପୁର ପୁଲିସ୍ ଦୁଇ ଜଣ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି।

ad-week
Leave A Reply

Your email address will not be published.