ପୁଣିଥରେ ରେଗିଙ୍ଗ ଅଭିଯୋଗ ଆସିଛି ଏମକେସିଜି ମେଡ଼ିକାଲ କଲେଜରୁ : ଅଭିଯୋଗ ଆସିଛି ଦ୍ୱିତୀୟ ବର୍ଷ ଛାତ୍ରଙ୍କ ବିରୁଦ୍ଧରେ

youtube

ବ୍ରହ୍ମପୁର – ରାଗିଂ ଅଭିଯୋଗ ପରେ ଆଣ୍ଟି ରେଗିଙ୍ଗ ସେଲ ପକ୍ଷରୁ ଉଚ୍ଚସ୍ତରୀୟ ବୈକଠ ହୋଇଥିଲା। ବାରମ୍ବାର ଏହି ପରି ଆସୁଥିବା ବେନାମୀ ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଦାବି କରିଚନ୍ତି ଛାତ୍ରଚାତ୍ରୀ।। ଅନ୍ୟପକ୍ଷେ ନିକଟରେ ଆସିଥିବା ରାଗିଂ ଅଭିଯୋଗକୁ ନିଜେ ଡିନ ଭିତ୍ତିହୀନ ବୋଲି ଦର୍ଶାଇଥିଲେ। ଏହି ପରି ଆସୁଥିବା ଭିତ୍ତିହୀନ ଅଭିଯୋଗ କାରଣରୁ ଶିକ୍ଷାନୁଷ୍ଠାନର ଶୈଖିକ ବାତାବରଣ ପ୍ରଭାବିତ ହେବା ସହ ବିଦ୍ୟାର୍ଥୀଙ୍କ ପାଠ ପଢ଼ାରେ ବ୍ୟାଘାତ ଉପଯୁଥିବା ବେଳେ ମାନସିକ ଚାପରେ ରହୁଥିବା ଅନେକ ବିଦ୍ୟାର୍ଥି ଯୁକ୍ତି ବାଢ଼ିଛନ୍ତି। ଆଜି ଆଣ୍ଟୀ ରାଗିଂ ସେଲରେ ଦ୍ୱିତୀୟ ବର୍ଷର ୫ ଜଣ ବିଦ୍ୟାର୍ଥୀଙ୍କ ନାମରେ ରାଗିଂ ଅଭିଯୋଗ ଆସିଥିଲା। ଏହି ସୂଚୀରେ ହଷ୍ଟେଲ ଦୁଇ ରୁ ୩ଜଣ ଛାତ୍ର ଏବଂ ହଷ୍ଟେଲ ତିନିର ରୁ ୨ଜଣ ଙ୍କ ନାମରେ ଅଭିଯୋଗ ହୋଇଥିଲା । ତେବେ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ , ଅଧିକ୍ଷକ ପ୍ରଫେସର ଡାକ୍ତର ଦୁର୍ଗା ଶତପଥି ଏବଂ ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ନେଇ ସମ୍ମିଳନୀ କକ୍ଷରେ ବୈଠକ ହୋଇଥିଲା। ସତ୍ୟା ସତ୍ୟ ରହିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ ଡାକ୍ତର ଛାତ୍ରଛାତ୍ରୀ। ବେନାମୀ ଅଭିଯୋଗ କୁ ନେଇ ମେଡ଼ିକାଲ କଲେଜ ମଧ୍ୟରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Leave A Reply

Your email address will not be published.