ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚକ ବ୍ରତ, ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

youtube

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହେଲା ପଞ୍ଚକ ବ୍ରତ । ଚଳିତବର୍ଷ ପଞ୍ଚକ ବ୍ରତ ୫ଦିନ ପରିବର୍ତ୍ତେ ୪ଦିନ ଅନୁଷ୍ଠିତ ହେବ । ଏଥିପାଇଁ ମହାପ୍ରଭୁଙ୍କ ବାଙ୍କଚୂଡ ବେଶକୁ ବାଦ୍ ଦେଇ ଅନ୍ୟ ୪ ବେଶ ଅନୁଷ୍ଠିତ ହେବ । ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି । ଏଥିସହ ଆଜି ଶ୍ରୀମନ୍ଦିରରେ ହରି ଉତ୍ଥାପନ ଏକାଦଶୀ ମଧ୍ୟ ପାଳିତ ହେଉଛି । ଏହିଦିନ ମହାପ୍ରଭୁ ନିଦରୁ ଉଠନ୍ତି । ଆଷାଢ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୁ ଶୟନ କରିଥିବା ବେଳେ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିଥାନ୍ତି । ଶାସ୍ତ୍ର ମତରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ଦୀର୍ଘ ୪ମାସପରେ ମହାପ୍ରଭୁ ଶୟନରୁ ଉଠୁଥିବାରୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଅନ୍ୟପଟେ ପଞ୍ଚକ ଅବସରରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକଠାରୁ ବ୍ୟାରିକେଡ଼ କରାଯାଇଛି । ଲୋକମାନେ ବ୍ୟାରିକେଡ଼ରେ ଯାଇ ସିଂହଦ୍ୱାର ପଟେ ପ୍ରବେଶ କରି ଅନ୍ୟ ତିନି ଦୁଆରେ ପ୍ରସ୍ଥାନ କରିବେ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.