ଲାଇନ୍ ପାର୍ ହେବା ବେଳେ ଧକ୍କା ଦେଲା ଟ୍ରେନ, ଦନ୍ତା ମୃତ

youtube

ମୟୂରଭଞ୍ଜ: ଟ୍ରେନ ଧକ୍କାରେ ହାତୀ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆଗ୍ରିଆ ଠାରେ ହାତୀକୁ ଧକ୍କା ଦେଲା ଟ୍ରେନ । ଭୁବନେଶ୍ୱର ଠାରୁ ବାଙ୍ଗିରିପୋଷି ଫେରୁଥିବା ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଘଟିଛି ଅଘଟଣ । ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ ଲାଇନ୍ ପାର୍ ହେବା ବେଳେ ହାତୀର ମୃତ୍ୟୁ ହୋଇଛି ।  ଜୀବନ ଦୀର୍ଘ ଦିନ ଧରି ୨୦ ଟିକିଆ ହାତୀପଲ ବେତନଟୀ ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରି ଆସୁଥିଲେ । ଏକ ଗୋଠ ଛଡା ଦନ୍ତା ମଧ୍ୟ ଅଞ୍ଚଳରେ ଉତ୍ପାତ ଜାରି ରଖିଥିଲା । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.