
ବଣାଇ : ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ସାଇବର ପୋଲିସ ଷ୍ଟେସନ ଡ଼ିଏସପି ସେ୍ରୋଫିନା ଖେସ, ସମ୍ମାନିତ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାବୁରାମ ମାହାନ୍ତ, ପ୍ରଧାନ ଶିକ୍ଷକ କାଶୀନାଥ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ସାହୁ, ବରଘାଟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରଣା, କନେଷ୍ଟବଳ ଈଶ୍ୱରୀ ବାଗ ଯୋଗ ଦେଇ ସାଇବର ସୁରକ୍ଷା ଉପରେ ସଚେତନତା କରିଥିଲେ l ବର୍ତ୍ତମାନ ସମୟରେ ସାଇବର ଠକେଇର ସ୍ୱୀକାର ଜନ ସାଧାରଣ ହେଉଥିବାରୁ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷା ଉପରେ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଚନ୍ଦ୍ର ଶେଖର ପାତ୍ର ପରିଚାଳନା କରିଥିଲେ l ପୁନଶ୍ଚ ସାଇବର ସୁରକ୍ଷା ଅଭିଯାନ ଉପରେ ବିଭିନ୍ନ ସ୍କୁଲ କଲେଜ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା l