ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟିର ଜେନେରାଲ ବଡି ସମାବେଶରେ ୨୫ତମ ପାର୍ଟି ମହା ଅଧିବେଶନର ରିପୋର୍ଟିଂ

add-all

ବ୍ରହ୍ମପୁର : ପଞ୍ଜାବର ରାଜଧାନୀ ଚଣ୍ଡିଗଡ ଠାରେ ଅକ୍ଟେ।ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ସିଜିଆଇର ୨୫ ତମ ମହାଅଧିବେଶନର ନିର୍ଦ୍ଧାରଣ ସଂପର୍କରେ ବ୍ରହ୍ମପୁର ଆଞ୍ଚଳିକ ପରିଷଦର ଜେନେରାଲ ବଡ଼ି ସମାବେଶ ରେ ଆଜି ରିପୋର୍ଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ସିପିଆଇ ଗଞ୍ଜାମ ଜିଲ୍ଲା ସଂପାଦକ ଶ୍ରୀହର୍ଷ ରଥ, ବରିଷ୍ଠ ନେତା ପ୍ରଶାନ୍ତ ପାଟଯୋଷୀ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ପ୍ରବୀଣ ଦାଶ, ରମେଶ ଚନ୍ଦ୍ର ପାଢୀ, ପ୍ରଦୀପ ସେଠୀ, ଜୋନାଲ ସମ୍ପଦକ୍ କାମଦେବ ନାହାକ ପ୍ରମୁଖ ଯୋଗ ଦେଇଥିଲେ। କାଳୀକିଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ ପୂର୍ବରୁ ପାର୍କ ସାହିରେ ସ୍ଥିତ ସିପିଆଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନରେ ବରିଷ୍ଠ କମ୍ୟୁନିଷ୍ଟ ନେତା ପ୍ରକାଶ ପାତ୍ର, ଲାଲ ପତାକା ଉତ୍ତୋଳନ କରିଥିଲେ।
ଏହି ସମାବେଶରେ ପାର୍ଟି ସଭ୍ୟପଦ ନବୀକରଣ, ଶାଖା ସମ୍ମିଳନୀ ମାନଙ୍କର ତାରିଖ ନିର୍ଦ୍ଧାରଣ, ବିଜେପି ନେତୃତ୍ଵାଧିନ ଡବଲ ଇଂଜିନ ସରକାରର ସଂପୂର୍ଣ୍ଣ ବିଫଳତା ଏବଂ ମହିଳାଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ବିରୋଧରେ ପ୍ରତିବାଦ ତଥା ବେକାର ଯୁବତୀ ଓ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ, ବାସହୀନ ଲୋକଙ୍କ ପାଇଁ ଘରଡିହ ପ୍ରଦାନ ଦାବି ସହିତ ବିଭିନ୍ନ ଜନସମସ୍ୟା ନେଇ ସିପିଆଇ ପକ୍ଷରୁ ଆସନ୍ତା ଦିନରେ ଜନ ଆନ୍ଦୋଳନ ଚଳାଇବା ପାଇଁ ନିଷ୍ପତିମାନ ଗ୍ରହଣ କରାଯାଇଛି।

ad-week
Leave A Reply

Your email address will not be published.