
ସୁବର୍ଣ୍ଣପୁର: ହୁ ହୁ ହୋଇ ଜଳିଗଲା ଟ୍ରକ । ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା- ବୀରମହାରାଜପୁର ରାସ୍ତା ଜଟେସିଂହା ହରିହରଯୋର ସେତୁ ନିକଟରେ ଘଟିଛି ଅଘଟଣ । ଇଣ୍ଡିଆନ୍ ଗ୍ୟାସ୍ ବୋଝେଇ ଟ୍ରକଟି ଡିପୋରୁ ମାଲ ନେଇ ବୀରମହାରାଜପୁର ଗ୍ୟାସ ପଏଣ୍ଟକୁ ଆଣୁଥିବାବେଳେ ଗାଡି ଇଂଜିନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଖବରପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗର ତିନୋଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l