ବ୍ୟବସାୟୀଙ୍କ କାର ଅଟକାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

youtube

ଜୟପୁର: ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଲୁଟ । ବ୍ୟବସାୟୀଙ୍କ କାର ଅଟକାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ । କ୍ୟାମେରାରେ କଏଦ ହେଲା ଲୁଟ ବେଳର ଚିତ୍ର । ଜୟପୁର କୋଟପାଡ଼ର ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ । କୋଟପାଡ଼ କୁନ୍ଦୁରା ରାସ୍ତା ଖଟଲାପଦର ବିଜ୍ର ଉପରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

ବ୍ରିଜ ଉପରେ ବ୍ୟବସାୟୀଙ୍କ କାର ଅଟକାଇ ଡୋର ଖୋଲି ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଦେଖଣାହାରୀ ସାଜିଥିଲେ ରାସ୍ତାରେ ଯାଉଥିବା ଯାତ୍ରୀ । ବ୍ରିଜ ଉପରେ ଦୁଇପଟରେ ବହୁ ଯାତ୍ରୀ ଅଟକି ରହି ଏହାକୁ ଦେଖୁଥିଲେ ମଧ୍ୟ କେହି ଏହାକୁ ପ୍ରତିବାଦ କରିନଥିଲେ । ତେବେ ଲୁଟ ବେଳର ସମସ୍ତ ଚିତ୍ରକୁ କଏଦ କରିଥିଲେ ଜଣେ ଯାତ୍ରୀ । ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.