ବରିଷ୍ଠ ଡ଼ାକ୍ତର ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

add-all

ବ୍ରହ୍ମପୁର : ସ୍ଥାନୀୟ ‘ବିକାଶ ” ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡ଼ା.ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭ୍ୟ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଆଜି ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବହୁ ବରିଷ୍ଠ ସଭ୍ୟଗଣ ଉପସ୍ଥିତ ରହି ସ୍ବର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥଲେ l ସୂଚନା ଯୋଗ୍ୟ ଯେ, ଡ଼ା.ବେହେରା ଜଣେ ଉତ୍ତମ ଚିକିତ୍ସକ ଭାବେ ସମଗ୍ର ଭାରତବର୍ଷରେ ଜଣାଶୁଣା ବେଳେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ବି ସେ ସକ୍ରିୟ ସଦସ୍ୟ ଭାବେ କାମ କରିଯାଇଛନ୍ତି l ଦିର୍ଘ ବର୍ଷରୁ ‘ବିକାଶ” ଅନୁଷ୍ଠାନର ସେ ସଭାପତି ସହ ରାମ କୃଷ୍ଣ ମିଶନର ବି ସେ ସଭାପତି ଥିଲେ ଏତଦ୍ ସହ ସେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ର ଆଜୀବନ ସଭ୍ୟ ଥିଲେ l ଅକ୍ଟୋବର ୨୯ ତାରିଖ ରାତ୍ର ୧୨.୪୫ମି ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା ସତ ହେଲେ ଜୀବନର ଶେଷ ଅବସ୍ଥା ପର୍ଯ୍ୟନ୍ତ ସେ ଡାକ୍ତର ଭାବେ ରୋଗୀ ସେବା ଚାଲୁ ରଖିଥିଲେ l

ଗରିବଙ୍କ ଡାକ୍ତର ଭାବେ ସମଗ୍ର ଓଡ଼ିଶାରେ ସେ ଜଣାଶୁଣା l ନରେନ୍ଦ୍ରପୁର ସ୍କୁଲରୁ ଜଣେ ଶିକ୍ଷକ ଭାବେ ସେ ଚାକିରୀ ଜୀବନ ଆରମ୍ଭ କରିଥିଲେ ଓ ପରେ ଡାକ୍ତର ଭାବେ ସେ କାଶୀପୁର, ପାଟଣାଗଡ଼, ବେଲଗାଁ, ଭାଟକୁମରଡ଼ା, ଖଲ୍ଲିକୋଟ, ଫୁଲବାଣୀ ଆଦି ବିଭିନ୍ନ ଅଞ୍ଚଳରେ ଜଣେ ସଚ୍ଚୋଟ ଓ ନିଷ୍ଠାବାନ ଡାକ୍ତର ଭାବେ ଚିକିତ୍ସା ସେବା କରି ଜନ ମହଲରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ l ଶେଷରେ ଗଞ୍ଜାମ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଭାବେ ବ୍ରହ୍ମପୁର ଠାରେ ସେ ଅବସର ଗ୍ରହଣ କରିଥିଲେ l ତାଙ୍କ ବିୟୋଗରେ ଚିକିତ୍ସା କ୍ଷେତ୍ରରେ ଆଜି ଜଣେ ଅଭିଜ୍ଞ ଡାକ୍ତରଙ୍କୁ ହରାଇବା ସହ ଜଣେ ଭଲ ଓ ଦରଦୀ ମଣିଷକୁ ଜନଗଣ ହରାଇଲେ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି l ସଭ୍ୟ ମାନଙ୍କ ମଧ୍ୟରୁ ଆଜି ଶ୍ୟାମ ସୁନ୍ଦର ବେହେରା, ପୁରୁଷୋତ୍ତମ ବେହେରା, ସତ୍ୟବାନ ବେହେରା, ଗୁଣନିଧି ବେହେରା, ଗୋକୁଲ ବେହେରା, ଚିନ୍ମୟ ବେହେରା, ଲକ୍ଷ୍ମୀ ନାରାୟଣ ବେହେରା, ନଳିନୀ କୁମାର ବେହେରା, ରଘୁନାଥ ବେହେରା, ଜ୍ୟୋତି କ୍ରିଷ୍ଣା ବେହେରା, ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ସ୍ବର୍ଗତ ଡ଼ା.ବେହେରା ଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସପରିବାରଙ୍କୁ ସମବେଦନା ଜଣାଇଛନ୍ତି l

ad-week
Leave A Reply

Your email address will not be published.