ଏସଆଇ କେଳେଙ୍କାରୀ: ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ, ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

youtube

ଭୁବନେଶ୍ବର: ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ନେପାଳ ସୀମାନ୍ତ ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଘଟଣା ପରଠାରୁ ନେପାଳ ସୀମାନ୍ତରେ ଆତ୍ମଗୋପନ କରିଥିଲା ଶଙ୍କର । ଓଡ଼ିଶାରେ ଏସଆଇ ପରୀକ୍ଷା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଥିଲା ଶଙ୍କର ପୃଷ୍ଟି । ଘଟଣାରେ ଗିରଫଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ପଞ୍ଚ ସଫ୍ଟର ମୁଖ୍ୟ ବ୍ରହ୍ମପୁରର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କରକୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଉଛି ।

ଏସଆଇ କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ତାର ସହଯୋଗୀ ମୁନାକୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟି ଏବଂ ସହଯୋଗୀ ମୁନାକୁ ମୁହାଁମୁହିଁ ଜେରା କରିଛି । ଏନେଇ ପ୍ରେସ୍ ରିଲିଜ ମଧ୍ୟ ଜାରି କରାଯାଇଛି । ଶଙ୍କର ପୃଷ୍ଟି ଠାରୁ ଗୋଟିଏ ଫରଚ୍ୟୁନର, ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ କରାଯାଇଛି । ଗଞ୍ଜାମର ମୂଳ ବାସିନ୍ଦା ଶଙ୍କର ପଞ୍ଚ ସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ନାଁରେ କମ୍ପାନୀ ଖୋଲି ତାର ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲା । ଭୁବନେଶ୍ବର ପଟିଆରେ ଏକ ଅଫିସ ଖୋଲି ନେଟୱର୍କ ଚଳାଇଥିଲା । ଶଙ୍କରର ସହଯୋଗୀ ଥିଲେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା ଓ ଅରବିନ୍ଦ ଦାସ । ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି ।

ଶଙ୍କର ଗିରଫ ହେବା ପରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅନ୍ୟପଟେ ପୂର୍ବ ସରକାର ସମୟରେ ଶଙ୍କର ତାର କମ୍ପାନୀ ଖୋଲିଥିବା ବିଜେପି କହିଛି ।

Leave A Reply

Your email address will not be published.