କାଠଯୋଡ଼ିରେ ବୁଡିଗଲେ ଦୁଇ ନାବାଳକ

newyr25

କଟକ : ଆଜି କଟକ ନେତାଜୀ ସୁବାଷ ବୋଷ ବସ ଟର୍ମିନାଲ ସମ୍ମୁଖ କାଠଯୋଡ଼ି ନଦୀରେ ଘଟିଛି  ଅଘଟଣ ।  ପଞ୍ଚୁକ ସଂକୀର୍ତ୍ତନ ପାଇଁ ଯାଇଥିଲେ ନଦୀକୁ । କାଠଯୋଡ଼ି ନଦୀରେ ଗାଧୋଇବା ବେଳେ  ଦୁଇ ନାବାଳକ ବୁଡିଯାଇ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।  ଅସଫଳ ହେବାରୁ ଏପଟେ ସ୍କୁବା ଡାଇଭର ଟିମ ଓ ଓଡ୍ରାଫର ଗୋଟେ ଟିମ, ପହଁଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ହେଲେ ନିଖୋଜ ନାବାଳକଙ୍କର କୌଣସି ପତା ମିଳିପାରିନାହିଁ  । ଏପଟେ ପାଣିର ସ୍ରୋତ ଅଧିକ ଥିବାରୁ ସର୍ଚ୍ଚ ଅପରେସନ ପାଇଁ ବାଧା ଉପୁଜୁଛି । ପାଣିର ଗଭୀର ପ୍ରାୟ 30 ଫୁଟରୁ ଉର୍ଦ୍ଧ୍ଵ ରହିଥିବାରୁ ଖୋଜିବାରେ ଅସୁବିଧା ହେଉଛି ।

Leave A Reply

Your email address will not be published.