ଆନ୍ଧ୍ର ଦଳଚକଟାରେ ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ଅନୁକମ୍ପା ରାଶି ଘୋଷଣା

youtube

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ବର ମନ୍ଦିରରେ ଦଳଚକଟାରେ ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଏକାଦଶି ଉପଲକ୍ଷେ ସ୍ବାମୀ ଭେଙ୍କଟେଶ୍ବର ମନ୍ଦିରରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ଯୁବତୀ ଆର. ରୂପା । ଘର ଗଞ୍ଜାମ ପାତ୍ରପୁର ବ୍ଲକ ଗୁଡିପଦର ଗାଁରେ ।

ବାପା ମାଙ୍କ ଏକ ମାତ୍ର ଝିଅ ଥିଲେ ରୂପା । ବିବାହର କୋଡିଏ ବର୍ଷ ଯାଏଁ ପୂଜା ବ୍ରତ କଲା ପରେ କନ୍ୟା ସନ୍ତାନ ପାଇଥିଲେ ରୂପାଙ୍କ ବାପା ମା । ମାତ୍ର ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ପୁରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । 

Leave A Reply

Your email address will not be published.