ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ :ମାଡି ବସିଥିଲା ମାଲକାନଗିରି ପୋଲିସ…

add-all

ମାଲକାନଗିରି, ୨।୧୧। ନିକଟରେ ରିଲିଜ ହୋଇଥିବା ବଲିଉଡ ମୁଭି “ଘାଟି” ସିନେମା ଷ୍ଟାଇଲରେ ୮ଟି ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ମାଡି ବସିଥିଲା ମାଲକାନଗିରି ଜିଲ୍ଲା ପୋଲିସ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରୁ ତରଳ ଗଞ୍ଜେଇର ଚୋରା ଚାଲାଣ କରାଯାଉଥିଲା । ୬୦ କିଲୋଗ୍ରାମ ତରଳ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି ।ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସ.ଆର ଛକ ନିକଟରେ ପୋଲିସ ଏହି ତରଳ ଗଞ୍ଜେଇ ଜବତ କରିଛ । ମୋଟ ୬୦ କିଲୋଗ୍ରାମ ଗାଢ଼ ତରଳ ପଦାର୍ଥ ଯାହା ଗଞ୍ଜେଇର ତୀବ୍ର ଗନ୍ଧ ବାହାର କରେ ତାହା ହେଉଛି ତରଳ ଗଞ୍ଜେଇ । ଓଡିଶା ପୋଲିସ ହାତରେ ପ୍ରଥମ ଥର ପାଇଁ ଏହି ତରଳ ଗଞ୍ଜେଇ ଧରା ପଡିଛି । ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଆଠ ଜଣ ବ୍ୟକ୍ତି ମୋଟର ସାଇକେଲ ସହିତ ଏସାର ଛକରେ ଏକତ୍ରିତ ହୋଇ ଆନ୍ଧ୍ର ପ୍ରଦେଶର ଜଣେ ମାଫିଆ ଙ୍କୁ ଏହି ଚୋରା ତରଳ ଗଞ୍ଜେଇ ଚାଳାଣ କରିବା ଅପେକ୍ଷା କରିଥିବା ବେଳେ ଏହାକୁ ମାଡି ବସିଥିଲା ପୋଲିସ । ମାଲକାନଗିରି ପୋଲିସ ପାଇଁ ଏହା ଏକ ବଡ ସଫଳତା ବୋଲି କହିଛନ୍ତି ଏସପି ।

ad-week
Leave A Reply

Your email address will not be published.