ଇତିହାସ ରଚିବ ISRO, ମହାକାଶ ଯିବ ‘ବାହୁବଳୀ’

youtube

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି(ISRO) ମହାକାଶ ଜଗତରେ ନୂଆ ଇତିହାସ ରଚିବାକୁ ଯାଉଛି । ଦେଶର ସବୁଠାରୁ ଭାରୀ କମ୍ୟୁନିକେସନ ସାଟେଲାଇଟ୍ LVM3-M5 ଉତକ୍ଷେପଣ ପାଇଁ ISRO ସମସ୍ତ ପ୍ରସ୍ତୁତି ଶେଷ କରିଛି । CMS-3 ଆଜି ସନ୍ଧ୍ୟାରେ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଯାହା ୪ ହଜାର କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ । ଏହି ସାଟେଲାଇଟ୍ LVM3-M5 ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ । ଏହି ଉପଗ୍ରହର ଅଧିକ ଓଜନ କ୍ଷମତା ଥିବାରୁ ଏହାର ନାମ ‘ବାହୁବଳୀ’ ରଖାଯାଇଛି ।

ସୂଚନାନୁଯାୟୀ, ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି CMS-3 । ଯାହା ଏକ ମଲ୍ଟି-ବ୍ୟାଣ୍ଡ କମ୍ୟୁନିକେସନ୍ ସାଟେଲାଇଟ । ଏହାକୁ ସମଗ୍ର ଭାରତୀୟ ଉପମହାଦେଶ ସମେତ ଏକ ବିଶାଳ ସମୁଦ୍ର ଅଞ୍ଚଳରେ ରଣନୈତିକ କମ୍ୟୁନିକେସନ୍ କଭରେଜ୍  କରିବା ପାଇଁ ଡିଜାଇନ୍ କରାଯାଇଛି । CMS-03 ଭାରତୀୟ ମାଟିରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର ଅରବିଟ୍ (GTO) ରେ ଲଞ୍ଚ କରାଯାଇଥିବା ସବୁଠାରୁ ଭାରୀ କମ୍ୟୁନିକେସନ୍ ସାଟେଲାଇଟ ହେବ ।  ଆଜି ସନ୍ଧ୍ୟା ପ୍ରାୟ ୫ଟା ୨୬ ମିନିଟ ସମୟରେ ଏହା ଲଞ୍ଚ କରାଯିବ ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । 

Leave A Reply

Your email address will not be published.