ମାଛ ଧରିବା ପାଇଁ ପୋଖରୀକୁ ଡେଇଁଲେ ରାହୁଲ!

add-all

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ସେତିକି ଭିନ୍ନଭିନ୍ନ ଉପାୟମାନ ଅପଣାଉଛନ୍ତି। ଏହି କ୍ରମରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ରାହୁଲଙ୍କ କାର୍ଯ୍ୟକଳାପ ଦେଖି  ଲୋକେ ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ରାହୁଲ କେତେବେଳେ କ’ଣ କରନ୍ତି ସେ ନିଜେ ବି ବୁଝି ପାରନ୍ତି କି ନାହିଁ ତାହା ସନ୍ଦେହ।’

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେଗୁସରାଇ ଜିଲ୍ଲାରେ ବିହାର ବିଧାନସଭା ନିର୍ବାଚନର ପ୍ରଚାର ପାଇଁ ପହଞ୍ଚିଥିଲେ। ଏହି ସମୟରେ ସ୍ଥାନୀୟ ବାସିନ୍ଦା ମାଛ ଧରିବା ପାଇଁ ପ୍ରସ୍ତୁତ ହେଉଥିଲେ। ରାହୁଲ ବି ଉକ୍ତ ସ୍ଥାନରେ ଅଟକି ସ୍ଥାନୀୟ ବାସିନ୍ଦାଙ୍କ ସହିତ ମିଶି ମାଛ ଧରିବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ।

ରାହୁଲଙ୍କୁ ପୋଖରୀ ଭିତରକୁ ଡେଇଁ ପଡ଼ିବା ଦେଖି  ଆଖପାଖର ଲୋକମାନେ ଉଚ୍ଚ ସ୍ୱରରେ ନାରା ଦେଇ କହିଥିଲେ, ‘ ରାହୁଲ ଗାନ୍ଧୀ ଜିନ୍ଦାବାଦ…. ରାହୁଲ ଗାନ୍ଧୀ ଜିନ୍ଦାବାଦ ଜିନ୍ଦାବାଦ। କଂଗ୍ରେସ ପାର୍ଟି ଜିନ୍ଦାବାଦ, ଆପଣଙ୍କ ନେତା କେମିତି… ରାହୁଲ ଗାନ୍ଧୀଙ୍କ ଭଳି… ଜିନ୍ଦାବାଦ ଜିନ୍ଦାବାଦ।’

ad-week
Leave A Reply

Your email address will not be published.