ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ବ୍ରହ୍ମପୁର କୋର୍ଟରେ ହାଜର …

youtube

ଗିରଫ ପରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଫୋପଡ଼ା ଫୋପାଡ଼ି…

ବ୍ରହ୍ମପୁର: ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ ପରେ ଆଜି ତାକୁ ବ୍ରହ୍ମପୁର ଅଣାଯାଇଛି । ସୂଚନା ଥାଉକି ନେପାଳ ସୀମାନ୍ତ ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଘଟଣା ପରଠାରୁ ନେପାଳ ସୀମାନ୍ତରେ ଆତ୍ମଗୋପନ କରିଥିଲା ଶଙ୍କର । ଓଡ଼ିଶାରେ ଏସଆଇ ପରୀକ୍ଷା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଥିଲା ଶଙ୍କର ପୃଷ୍ଟି । ଘଟଣାରେ ଗିରଫଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ପଞ୍ଚ ସଫ୍ଟର ମୁଖ୍ୟ ବ୍ରହ୍ମପୁରର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କରକୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଉଛି ।ଏସଆଇ କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ତାର ସହଯୋଗୀ ମୁନାକୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟି ଏବଂ ସହଯୋଗୀ ମୁନାକୁ ମୁହାଁମୁହିଁ ଜେରା କରିଥିଲା। ଏନେଇ ପ୍ରେସ୍ ରିଲିଜ ମଧ୍ୟ ଜାରି କରାଯାଇଛି । ଶଙ୍କର ପୃଷ୍ଟି ଠାରୁ ଗୋଟିଏ ଫରଚ୍ୟୁନର, ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ କରାଯାଇଛି । ଗଞ୍ଜାମର ମୂଳ ବାସିନ୍ଦା ଶଙ୍କର ପଞ୍ଚ ସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ନାଁରେ କମ୍ପାନୀ ଖୋଲି ତାର ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲା । ଭୁବନେଶ୍ବର ପଟିଆରେ ଏକ ଅଫିସ ଖୋଲି ନେଟୱର୍କ ଚଳାଇଥିଲା । ଶଙ୍କରର ସହଯୋଗୀ ଥିଲେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା ଓ ଅରବିନ୍ଦ ଦାସ । ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି ।ଶଙ୍କର ଗିରଫ ହେବା ପରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅନ୍ୟପଟେ ପୂର୍ବ ସରକାର ସମୟରେ ଶଙ୍କର ତାର କମ୍ପାନୀ ଖୋଲିଥିବା ବିଜେପି କହିଛି । ଯାହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି କାଦୁଅ ଫୋପଡ଼ା ଫୋପାଡ଼ି l ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଆଜି ବ୍ରହ୍ମପୁର କୋର୍ଟରେ ହାଜର କରିଛି ପୁଲିସ। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳଙ୍କ ଆବାସିକ କକ୍ଷରେ ପୁଲିସ ଶଙ୍କରଙ୍କୁ ହାଜର କରିଥିଲା। ଶଙ୍କରଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ତଥା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସିଲିକନ ଟେକ୍‌ କମ୍ପାନୀର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟରେ ହାଜର କରାଯାଇଛି। ନିଯୁକ୍ତି ଦୁର୍ନୀତିରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କରଙ୍କୁ ପୁଲିସ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ଶଙ୍କର ଗିରଫ ହେବା ପରେ ଏହି ଦୁର୍ନୀତିରେ ପ୍ରାୟ ୧ ହଜାର କୋଟି ଟଙ୍କାର ଡିଲ୍‌ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଅଧିକ ଜେରା କରାଗଲେ ଏହି ମାମଲାରେ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି ଜଣା ପଡିଛି।

Leave A Reply

Your email address will not be published.