ବନ୍ଧକାଟିଆ ଗାଁରେ ବୁଲୁଛି ବାଘ, ଆତଙ୍କିତ ଲୋକେ

youtube

କଟକ: ସାବଧାନ । ଗାଁରେ ବୁଲୁଛି ବାଘ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଶାରଦା ଶତପଥୀଙ୍କ ଘରେ ଲାଗିଥିବା ସିସି ଟିଭିରେ ବାଘ ବୁଲୁଥିବା ଭିଡିଓ କଏଦ ହୋଇଛି । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଁରେ ବାଘ ବୁଲୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ କାବୁ କରି ଜଙ୍ଗଲରେ ଛାଡିବାକୁ ବନବିଭାଗକୁ ଦାବି କରିଛନ୍ତି । ନେମାଳ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.