
ଜୟପୁର: ରାଜସ୍ଥାନର ଜୟପୁରର ଲୋହାମଣ୍ଡି ରାସ୍ତାରେ ସୋମବାର ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା ଛାତିକୁ ଥରାଇ ଦେଉଛି। ଏକ ଡମ୍ପର ନିୟନ୍ତ୍ରଣ ହରାଇ ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ‘ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଡମ୍ପରଟିର ହଠାତ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ଡମ୍ପରଟି ଅନେକ ଚାରିଚକିଆ ଏବଂ ଦୁଇଚକିଆ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଘଟଣାସ୍ଥଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
ଆହତମାନଙ୍କୁ ଯୁଦ୍ଧକାଳିନଭିତ୍ତିରେ ଘଟଣାସ୍ଥଳରୁ ଉଦ୍ଧାର କରି ସହରର ଏସଏମଏସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।