
ମାଲକାନଗିରି : ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳରେ ଏକ ମାଓବାଦୀଙ୍କ ଅସ୍ତ୍ର କାରଖାନାକୁ ଧ୍ୱଂସ କରିଛି ସୁରକ୍ଷାକର୍ମୀ । ମାଓବାଦୀଙ୍କ ଅସ୍ତ୍ର କାରଖାନାରୁ ୧୭ଟି ରାଇଫଲ୍, ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ ଉପକରଣ ଜବତ କରାଯାଇଛି। ସୁରକ୍ଷକର୍ମୀଙ୍କୁ କ୍ଷତି ପହଞ୍ଚାଇବା ମାଓବାଦୀ କରୁଥିଲେ ବଡ଼ ଯୋଜନା । DRG ଜବାନ ମାଓ ଦମନ ଅପରେସନ କରି ଏହାକୁ ପଣ୍ଡ କରିଛି। ଗତ କିଛିଦିନ ହେଲା ମାଓବାଦୀ ଅନେକ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କଲେଣି । ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି । କିଭଳି ମାଓ ସଙ୍ଗଠନ ମୁଣ୍ଡ ଟେକିବ। ସେଥିପାଇଁ ଏକ ବଡ଼ ହିଂସାକାଣ୍ଡ ର ଯୋଜନା କରୁଥିଲେ ମାଓବାଦୀ । ସୂଚନା ଦେଇଛନ୍ତି ସୁକମା SP କିରଣ ଚୌହାନ ।