
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲାରେ ୨ଶିଶୁଙ୍କ ସହ ଦାଦନ ଚାଲାଣ ହେଉଥିବା ସମୟରେ ଶିଶୁ ଓ ଦାଦନଙ୍କୁ ଉଦ୍ଧାର କରିବା ସହ ଜଣେ ଦଲାଲକୁ ଗିରଫ କରିଛି ପୁଲିସ୍ । ଖବର ଅନୁସାରେ ବଲାଙ୍ଗିର ଜିଲା ତୁରେକେଲା ରୋଡ଼ ରେଳ ଷ୍ଟେସନରୁ ୨ଶିଶୁଙ୍କ ସମେତ ୭ଦାଦନଙ୍କୁ ରାତି ସମୟରେ ରେଳଗାଡ଼ି ଯୋଗେ ହାଇଦ୍ରାବାଦ ପଠାଇବାକୁ ଯୋଜନା କରିଥିଲେ ଦଲାଲ ହଳନଭଟା ଗାଁର ଭମ୍ରରବର ସୁନା (୫୫) । ତୁରକେଲା ଓ ଲାଠୋର ପୁଲିସ ମିଳିତ ଭାବେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମହୁଲପାଟି ନିକଟରୁ ଦଲାଲଙ୍କ ସମେତ ଶିଶୁ ଓ ଦାଦନଙ୍କୁ ଠାବ କରିଥିଲେ ।
ଶ୍ରମିକ ମାନଙ୍କୁ ନିଜ ଗାଁ ହଳନଭାଟାରେ ଛାଡି ଦେଇଥିଲେ ପୁଲିସ୍ । ପରେ ଦଲାଲକୁ ଅଟକ ରଖି ତଦନ୍ତ ଜାରି ରଖିବା ସହ ଏକ ମାମଲା ରୁଜୁକରି କଣ୍ଟାବାଞ୍ଜି ଅଦାଲତ ଚାଲାଣ କରିଥିଲେ । ଦଲାଲ ଭମ୍ରରବରଙ୍କ ଜାମିନ ଆବେଦନକୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାମଞ୍ଜୁର କରିଥିବାରୁ, ଅଭିଯୁକ୍ତ ଙ୍କୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆ ଯାଇଥିବା ତୁରେକେଲା ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।