୭ ତାରିଖରେ ସ୍କୁଲ, କଲେଜରେ ’ବନ୍ଦେ ମାତରମ’ ଗାନ କରିବେ ଛାତ୍ରୀଛାତ୍ରୀ

add-all

ଭୁବନେଶ୍ବର: ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି। ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍‌’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖାଯାଇଥିଲା। ୧୮୮୨ ମସିହାରେ ଗୀତଟି ପ୍ରକାଶ ପାଇଥିଲା। ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।

ad-week
Leave A Reply

Your email address will not be published.