
ବାରବାଙ୍କୀ : ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଦ୍ରୁତଗତିରେ ଆସି ଏକ କାରକୁ ଧକ୍କା ଦେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ବାରବାଙ୍କୀର ଦେବା ଥାନା ଅଞ୍ଚଳରେ କୁତଲପୁର କଲ୍ୟାଣୀ ନଦୀ ପୋଲ ନିକଟରେ ହୋଇଛି । ଏଠାରେ ଏକ ଟ୍ରକଦ୍ରୁତଗତିରେ ଆସି ଏକ କାରକୁ ଧକ୍କା ଦେଇଥିଲା । କାରଟି ବାରବାଙ୍କୀରୁ ଫତେହପୁର ଆଡ଼କୁ ଯାଉଥିଲା । ସେତେବେଳେ ଏକ ଟ୍ରକ କାରକୁ ଧକ୍କା ଦେଇଥିଲା । ଧକ୍କା ହେବା ପରେ କାରର ଉପର ଉଡ଼ିଯାଇଥିଲା । ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର ଜାରି ରଖିଛି । ଜିଲ୍ଲାପାଳ ଶଶାଙ୍କ ତ୍ରିପାଠୀ, ଏସପି ଅର୍ପିତ ବିଜୟବର୍ଗୀୟ ପହଞ୍ଚିଛନ୍ତି । ହସପିଟାଲରେ ଆହତଙ୍କୁ ଯାଇ ସାକ୍ଷାତ କରିଛନ୍ତି ।