ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ବିସ୍ଫୋରଣ, ୧୨ ଆହତ

add-all

ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ମଙ୍ଗଳବାର ସକାଳେ ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ୟାଣ୍ଟିନରେ ଏକ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହେଉଥିଲା। ଏହି ସମୟରେ ସେଠାରେ ଲାଗିଥିବା ଏସି ମରାମତି ଚାଲିଥିବାବେଳେ ଗ୍ୟାସରେ ସ୍ଵତ୍ତଃ ଅଗ୍ନିସଂଯୋଗ ଘଟିବାରୁ ସିଲିଣ୍ଡରଟିରେ ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ସୁପ୍ରିମକୋର୍ଟ କୋଠାକୁ ଦୋହଲାଇ ଦେଇଥିଲା। କାରଣ କ୍ୟାଣ୍ଟିନଟି ସୁପ୍ରିମକୋର୍ଟ ବେସମେଣ୍ଟ ଏରିଆରେ ଚାଲୁଥିଲା। ବିସ୍ଫୋରଣ ଯୋଗୁ ଏସି ମରାମତି କରୁଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଛି। ଉକ୍ତ ବ୍ୟକ୍ତିଙ୍କ ସମେତ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ବିସ୍ଫୋରଣ ହେବା ପରେ ସମସ୍ତେ ଏହାକୁ ବୋମା ବିସ୍ଫୋରଣ ବୋଲି ଭାବି ଭୟଭୀତ ହୋଇପଡ଼ିଥିଲେ। ମାତ୍ର ପରେ ତାହା ସିଲିଣ୍ଡର ବିସ୍ଫୋରଣ ବୋଲି ଜଣାପଡ଼ିଥିଲା।

ad-week
Leave A Reply

Your email address will not be published.